ଉମରକୋଟ ଠାରେ ଜୟ ହିନ୍ଦ୍ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବସ୍ତ୍ର ବିତରଣ………..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇକୁ ଆଖି ଆଗରେ ରଖି ଜୟ ହିନ୍ଦ୍ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷ ରୁ ବଡ଼ବାସିନୀ ଆଦିବାସୀ ଗ୍ରାମରେ ଗରିବ, ଦରିଦ୍ର ଓ ଅସହାୟ ଆଦିବାସୀ ପରିବାରଙ୍କ ମଧ୍ୟରେ ବସ୍ତ୍ର ବିତରଣ କରା ଯାଇଥିଲା। ଶତାଧିକ ଗରିବ ଆଦିବାସୀ ନର-ନାରୀ ଓ ଶିଶୁଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ମନମଥନାଥ ରାୟ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସେନଗୁପ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ବିଶ୍ୱାସ, ଗଣପତି ରାୟ, ରମେଶ ରାୟ, ରମାକାନ୍ତ ବାଇନ, ନିମାଇ ବିଶ୍ୱାସ, ଅମଳଚନ୍ଦ୍ର ହାଲଦାର ଏବଂ ନନୀଗୋପାଳ ରାଣା ପ୍ରମୁଖ ଉପସ୍ଥିତ ରହି ନିଜ ହାତରେ ବସ୍ତ୍ର ବିତରଣ କରି ଥିଲେ। ଏହାଛଡ଼ା ଗ୍ରାମର ୱାର୍ଡ ମେମ୍ବର ଶ୍ରୀ ଅଶୋକ ସେଠୀଙ୍କ ସମେତ ଗ୍ରାମର ଅନେକ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସଂଘର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ବଡ଼ବାସିନୀ ଗ୍ରାମବାସୀଙ୍କ ପକ୍ଷରୁ ଜୟ ହିନ୍ଦ୍ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଯାଇଥିଲା ଏବଂ ଆଗାମୀ ଦିନରେ ଏଭଳି ସେବା କାର୍ଯ୍ୟ ଜାରି ରହିବ ବୋଲି ଆଶା ପ୍ରକଟ କରାଯାଇଥିଲା।
