September 10, 2026

ବିଦ୍ୟାଳୟ ପରିସରରେ ୪ର୍ଥ ପର୍ଯ୍ଯାୟ ଚାରାରୋପଣ କଲା ” ମୋ ଅନୁଷ୍ଠାନ ସମାଜସେବା ସଂଗଠନ ” 

IMG-20260910-WA0025
Share

 

ଖଇରା ( ଦେବାଶିଷ ଦାଶ )

 

ବୃକ୍ଷ ହିଁ ଜୀବନ । ବୃକ୍ଷଲତା ନ ଥିଲେ ଜୀବଜଗତ ତିଷ୍ଠିବା ଅସମ୍ଭବ । ପରିବେଶକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ପ୍ରତ୍ୟେକଙ୍କ ପାଇଁ ଚାରାରୋପଣର ଆବଶ୍ୟକତା ରହିଛି । ତେଣୁ ଆସନ୍ତୁ ସମସ୍ତ ମିଳିମିଶି ଗୋଟିଏ ଗୋଟିଏ ଚାରାରୋପଣ ଚାରାରୋପଣ କରିବା । ଏଇ ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ବିଇଓ ଅଧିନ ଶାନ୍ତିଲତା ଉନ୍ନତି ଉପ୍ରା ବିଦ୍ୟାଳୟ, ବରପଦା ପରିସରରେ ୪ର୍ଥ ପର୍ଯ୍ଯାୟ ଚାରାରୋପଣ କଲା ” ମୋ ଅନୁଷ୍ଠାନ ସମାଜସେବା ସଂଗଠ ” । ପ୍ରାକ୍ତନ ପ୍ରଧାନ ଶିକ୍ଷକ, ସାହିତ୍ୟିକ, ସଂଗଠକ, ଅନୁଷ୍ଠାନ ପ୍ରେମୀ ଓ ” ମୋ ଅନୁଷ୍ଠାନ ସମାଜସେବା ସଂଗଠନ ” କୁ ଭଲ ପାଉଥିବା ଭରତ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ନାୟକ, ସହକାରୀ ଶିକ୍ଷୟିତ୍ରୀ ସୁବାସିନୀ ପ୍ରଧାନ, ସୁଲୋଚନା ଦେହୁରୀ, ସସ୍ମିତା ସେଣ୍ଢ, ଶିକ୍ଷକ ରଞ୍ଜନ କୁମାର ମହଲା, ଶିକ୍ଷକ ନେତା ଜଗନ୍ନାଥ ମହାପାତ୍ର ପ୍ରମୁଖ ଗୋଟିଏ ଗୋଟିଏ ଚାରାରୋପଣ କରିଥିଲେ । ପରିଚାଳନା କମିଟିର ସଭାପତି କାହ୍ନୁ ଚରଣ ମହାନ୍ତି ଓ ଗ୍ରାମବାସୀ ଚାରାରୋପଣ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ । ” ମୋ ଅନୁଷ୍ଠାନ ” ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଉଦ୍ୟମ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି । ଉକ୍ତ ଚାରା କେନ୍ଦ୍ରୀୟ ଚାରାଉତ୍ପାଦନ କେନ୍ଦ୍ର, କୁପାରିରୁ ଅଣାଯାଇଥିଲା ।