ଉମରକୋଟ ନଦୀରେ ବୁଡି ଜଣେ ମୃତ, ୨ ଦିନ ପରେ ସବକୁ ଉଦ୍ଧାର କଲା ଅଗ୍ନି ଶ୍ରମ ବିଭାଗ………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଜଣେ ବ୍ୟକ୍ତି ତେଲ ନଦୀରେ ଗାଧେଇବାକୁ ଯାଇ ଗୋଡ ଖସି ମୃତ୍ୟୁ ବରଣ କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଭଗବାନ ଗୌଡ ଯାହାଙ୍କ ବୟସ ୪୬ ହେବ। ଘଟଣା ଘଟିଛି ଉମରକୋଟ ଥାନ। ଅନ୍ତର୍ଗତ ଝରିଗାଁ ବ୍ଲକର ଗୁରୁଶିଙ୍ଗ। ଗ୍ରାମ ପଞ୍ଚାୟତର ଚ।ଊରି ଠାରେ। ବଡଭାଇ ଭଗବାନ୍ ଉମରକୋଟ ଥାନାରେ ଦେଇଥିବା ଲିଖିତ ସୂଚନା ଅନୁଯାୟୀ ଏହି ପଞ୍ଚାୟତର ପେଟଫୁଲ। ଗ୍ରାମାର ବଡ ଭାଇ ଭଗବାନ ଗୌଡ ୬ ତାରିଖ ଦିନ ନିଜ ଜମି ଥିବା ଚ।ଉରି ଗ୍ରାମକୁ ଯାଇଥିଲେ। ପରେ ନିକଟରେ ଯାଇଥିବା ତେଲନଦୀ କୁ ଗାଧେଇବାକୁ ଯାଇ ଗୋଡ ଖସି ଯିବାରୁ ଗଭୀର ଜଳରେ ବୁଡ଼ି ନିଖୋଜ ହୋଇଯାଇଥିଲେ।ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ୮ ତାରିଖ ଦିନ ରାତି ପ୍ରାୟ ୮ ଟା ସମୟରେ ନଦୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ଉମରକୋଟ ଅଗ୍ନି ଶ୍ରମ ବିଭାଗକୁ ଖବର ମିଳିବା ପରେ ଉମରକୋଟ ଅଗ୍ନିଶ୍ରମ ବିଭାଗର ଓଆଇସି ହରି ଶଙ୍କର ସୁନାନି, ଡ୍ରାଇଭର ହାବିଲଦାର ଜଗଦିଶ କାଣ୍ଡ, ଅଗ୍ନି ଯୋଦ୍ଧା ଯଦୁମଣି କୋକ, ଧର୍ମେନ୍ଦ୍ର ସ। , ଦଶରଥ ସାହୁ ଓ ରୁକମଣୀ ବୁଡେନ ପ୍ରମୁଖସକର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାତି ପ୍ରାୟ ୩ଟା ବେଳେ ଶବକୁ ଉଦ୍ଧାର କରି ଥିଲେ। ଉମରକୋଟ ପୋଲିସ ସବକୁ ଜବତ କରି ଉମରକୋଟ ହସ୍ପିଟାଲକୁ ନେଇଥିଲା ପରେ ସବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଉମରକୋଟ ଥାନାର ଏଏସଆଇ ପି. ସୁନାନି ଘଟଣାର ତଦନ୍ତ ଦାୟିତ୍ୱ ଅଧିକାରୀ ଭାବେ ରହିଛନ୍ତି।
