March 12, 2026
IMG-20240910-WA0032
Share

କାଶୀନଗର

ତା 10/9/24

 

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତ୍ତଡା ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଦାସ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ମ୍ବୁରୁ ଧର ମଲ୍ଲିକ ଓ ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ବିଭିନ୍ନ ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ 173 ଗୋଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ସେଥି ମଧ୍ୟରୁ ବ୍ୟକ୍ତି ଗତ ଅଭିଯୋଗ ସମସ୍ୟା- 105 ଗୋଟି, କୋମ୍ୟୁନିଟି ଭିତ୍ତିକ ସମସ୍ୟା- 68 ଗୋଟି ଅଭିଯୋଗ ଗ୍ରହଣ କରାଯାଇ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ. ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳ ସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ରାସ୍ତା ସମସ୍ୟା ଆଦି ଆସିଥିଲା .ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ କାଶୀନଗର ସ୍ଥାନୀୟ ସରପଞ୍ଚ,ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀ ଙ୍କ ରିପୋର୍ଟ