ଓଡ଼ିଶା ଅବସପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ବାର୍ଷିକ ସମ୍ମିଳନୀ
ଛତ୍ରପୁର .ତା.୧୦/୮/୨୦୨୫(ଅରୁଣ କୁମାର ପଣ୍ଡା)ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଏକାଡେମୀମହାବିଦ୍ୟାଳୟ, ଛତ୍ରପୁର ଠାରେ ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ତରଫରୁ ଦ୍ୱାଦଶ ବାର୍ଷିକ ସମ୍ମିଳନୀ ସଂଘର ସଭାପତି ଶ୍ରୀଯୁକ୍ତ ନରସିଂହ ଆଚାରୀଙ୍କ ସଭାପତିତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଅଛି l ଏହି ସମ୍ମିଳନୀରେ ଶତାଧିକ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଗହଣରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଅଶୋକ ଚୌଧୁରୀ, ସମ୍ମାନିତ ଅତିଥିଭାବେ ଏନ୍. ଏ. ସି ଉପାଧ୍ୟାକ୍ଷ ଜି. ପାପାରାଓ, ଡ଼ଃ. ଭି. ରାଜେନ୍ଦ୍ର ରାଜୁ, ଡ଼ଃ. ରାଜେନ୍ଦ୍ର କୁମାର ଦାସ, ରାଧେଶ୍ୟାମ ଫାଉଣ୍ଡେସନର ମୁଖ୍ୟ ତଥା ୧୦ ନମ୍ବର ୱାର୍ଡର ଯୁବ କାଉନ୍ସିଲର ଦେବାଶିଷ ମିଶ୍ର, ଯୁବ ଗଣମାଧ୍ୟମ ପ୍ରତିନିଧି ପ୍ରଶାନ୍ତ କୁମାର ମହାରଣା, ସମ୍ପାଦକ ସୋମନାଥ ସାହୁ ମଂଚାସୀନ ରହିଥିଲେ l ମଂଚାସୀନ ଅତିଥି ମାନେ ରାଜ୍ୟ ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ଦାବି ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ନିଷ୍ପତ୍ତି ନେଇଥିଲେ l ସେଥି ମଧ୍ୟରୁ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଯୋଜନା, ରେଳ ଓ ବସ ସେବାରେ ରିହାତି, ବ୍ୟାଙ୍କରେ ସ୍ୱତନ୍ତ୍ର ସେବା ଉପଲବ୍ଧ ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ l ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମର ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ସଙ୍ଘର ଜିଲ୍ଲା ସଭାପତି ଡାକ୍ତର ଇନ୍ଦୁ ଭୂଷଣ ପଟ୍ଟନାୟକ, ସମ୍ପାଦକ ସିମାଞ୍ଚଳ ବିଷୋୟୀ ଙ୍କ ଉପସ୍ଥିତିରେ ଛତ୍ରପୁର ଶାଖାର ନୂତନ କର୍ମକର୍ତ୍ତା ମନୋନୀତ ହୋଥିଲେ l ନୂତନ ସଭାପତି ଭାବେ ଶ୍ରୀ ସୁରେନ୍ଦ୍ର ନାଥ ପାଢ଼ୀ, କାର୍ଯ୍ୟକାରୀ ସଭାପତି ଭାବେ କିଶୋର ଚନ୍ଦ୍ର ପାଢ଼ୀ, ଉପସଭାପତି ପ୍ରଶାନ୍ତ କୁମାର ଶତପଥୀ, ସମ୍ପାଦକ ସୋମନାଥ ସାହୁ ସହ ସମ୍ପାଦକ ସନ୍ତୋଷ କୁମାର ବଡ଼ତ୍ୟା, କୋଷାଧକ୍ଷ ଜି. ପାପାରାଓ, ସମୀକ୍ଷକ ଦଣ୍ଡପାଣି ରାଉଳ, ଉପଦେଷ୍ଟା ନରସିଂହ ଆଚାରୀ, ଗୋବିନ୍ଦ ପଲେଇ, ନିରଞ୍ଜନ ତ୍ରିପାଠୀ ଶପଥ ଗ୍ରହଣ କରିଥିଲେ l
