April 30, 2026

ସରଣ୍ଡା ଛକରେ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ୟାଙ୍କର

IMG-20250810-WA0078
Share

 

 

ବରଗଡ (ସୁରେନ୍ଦ୍ର କଠାର)

 

ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର। ରବିବାର ସକାଳୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି l ବିଶାଖାପାଟଣାରୁ ଝାରସୁଗୁଡ଼ା ବେଦାନ୍ତ ଫ୍ୟାକ୍ଟ୍ରିକୁ ଯାଇଥିବା ଆଲୁମିନିୟମ ବୋଝେଇ ଟ୍ୟାଙ୍କରରେ ଶଟ୍‌ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ନିଜର ଜୀବନ ବଞ୍ଚାଇବା ସହିତ ଗ୍ରାମବାସୀଙ୍କ ସହାୟତା ଲୋଡ଼ିଥିଲେ।ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଫୋନ କରିବାରୁ ସଙ୍ଗେ ସଙ୍ଗେ ଅତାବିରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଯାହା ଫଳରେ ଏକ ବଡ଼ ଅଘଟଣରୁ ସ୍ଥାନୀୟ ଲୋକେ ବର୍ତ୍ତିଯାଇଛନ୍ତି। ଟ୍ରକ୍‌ ଡ୍ରାଇଭରଙ୍କ କହିବା ଅନୁଯାୟୀ ଗାଡ଼ି ଚାଲୁଥିବା ସମୟରେ ଗାଡ଼ି ଭିତରୁ ଧୂଆଁ ବାହାରିବାରୁ ସେ ଗାଡ଼ି ଅଟକାଇ ଚେକ୍‌ କରିବା ସମୟରେ ହଠାତ୍‌ ନିଆଁ ଲାଗି ଯାଇଥିଲା ବୋଲି କହିଛନ୍ତି।