ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ପକ୍ଷରୁ ଉତ୍କଳ ବାଳାଶ୍ରମ ରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ କରାଯାଇଥିଲା l

ଗତକାଲି ସନ୍ଧ୍ୟାରେ ପୁରୀ ଜଟିଆ ବାବା ଛକ ନିକଟସ୍ଥ ଉତ୍କଳ ବାଳାଶ୍ରମର ଛାତ୍ରଛାତ୍ରୀ ମାନଙ୍କ ଗହଣରେ ରକ୍ଷା ବନ୍ଧନ ଉତ୍ସବ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ଅଧକ୍ଷା ସବିତା ମିଶ୍ରଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ବାଳାଶ୍ରମ ର ଚେୟାରମ୍ୟାନ, ସମ୍ମାନିତ ଅତିଥିଭାବେ ପ୍ରକୃତିବନ୍ଧୁ ପ୍ରଦୀପ କୁମାର ଦଳାଇ ଯୋଗଦାନ କରି ଉତ୍କଳ ବାଳାଶ୍ରମ ର ଛାତ୍ରଛାତ୍ରୀ ମାନଙ୍କ ସହିତ ନାଚଗୀତ କରି ଖୁସି ମନାଇବା ସହିତ ମହିଳା ସଦସ୍ୟାମାନେ ଛାତ୍ରମାନଙ୍କୁ ଚନ୍ଦନ ସିନ୍ଦୁର ଲଗାଇ ମୁଣ୍ଡରେ ଚାଉଳ ପକାଇ ରାକ୍ଷୀ ବାନ୍ଧିବା ସହିତ ଶୁଖିଲା ଖାଦ୍ୟ ସହିତ ଖାତା ଏବଂ ପେନ ପ୍ରଦାନ କରିଥିଲେ l ସେହିଭଳି ଛାତ୍ରୀମାନେ ଟ୍ରଷ୍ଟର ପୁରୁଷ ସଦସ୍ୟମାନଙ୍କୁ ଚନ୍ଦନ ସିନ୍ଦୁର ଲଗାଇ ଦୁବଚାଉଳ ପକାଇ ରାକ୍ଷୀ ବାନ୍ଧିଥିଲେ ପୁରୁଷ ସଦସ୍ୟମାନେ ଏହି ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ ସହିତ ଖାତା ଏବଂ କଲମ ପ୍ରଦାନ କରିଥିଲେ l ପରେପରେ ସମସ୍ତେ ନାଚଗୀତରେ ମଜି ରହିବା ସହିତ ଅତି ସୁନ୍ଦର ଭାବେ ସନ୍ଧ୍ୟା ଆଳତୀ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅଧକ୍ଷା ସବିତା ମିଶ୍ରଙ୍କୁ ନିରଞ୍ଜନ ମିଶ୍ର,କୁନାମିଶ୍ର ,ଝାନସିରାଣି ମିଶ୍ର , ଗୀତା ପଣ୍ଡା ,ଅରୁଣିମା ନନ୍ଦ, ପ୍ରଦୀପ କୁମାର ଦଳେଇ, ନିଲ ,ବାବୁଲି ଭାଇ, ଅମୀୟ କୁମାର , ଲିଲି ମିଶ୍ର , ସଞ୍ଜୟ ମିଶ୍ର , ଲକ୍ଷ୍ମୀପ୍ରିୟା ଦେ . ଗୀତା ଶ୍ରୀଦେବୀ,ନମିତା ଶତପଥୀ ,ସସ୍ମିତା ଶତପଥି ,ଗୀତା ଦାଶ,ଦିବ୍ୟସିଂହ ପ୍ରଧାନଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
