June 29, 2026

ବୃଦ୍ଧାଶ୍ରମ ” ହୋପ ଇଜ ଲାଇଫ ” ରେ ରକ୍ଷା ବନ୍ଧନ ଉତ୍ସବ ଧୂମଧାମର ସହିତ ପାଳନ କରାଯାଇଛି

IMG-20250810-WA0010
Share

ପୁରୀଜିଲ୍ଲାରେ ଏକ ନିଆରା ଅନୁଷ୍ଠାନ ” ହୋପ ଇଜ ଲାଇଫ ” l ଏହି ଅନୁଷ୍ଠାନର ଅଧକ୍ଷ ସୁରେଶ କୁମାର ନନ୍ଦଙ୍କ କହିବାନୁସାରେ ପୁରୀ ଜିଲ୍ଲା ସ୍କୁଲର ୧୯୯୩ ମାଟ୍ରିକ ବ୍ୟାଚର ସାଙ୍ଗମାନେ ପୁରୀ ସହରରେ ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟ କରି ଆସୁଥିଲେ l ବିଗତ ଦିନରେ ଏହିଭଳି ଅସୁବିଧାରେ ପଡୁଥିବା ଲୋକମାନଙ୍କୁ ସେବା ଯୋଗାଇବା ସମୟରେ ସାଙ୍ଗମାନଙ୍କ ନଜରରେ ଜଣେ ଅସହାୟ ମା, ତାଙ୍କ ନଜରରେ ପଡ଼ିଥିଲେ ଯିଏକି ସାହାରା ଖୋଜୁଥିଲେ ସେତେବେଳେ ସୁରେଶଙ୍କ ସହିତ ତାଙ୍କ ସାଙ୍ଗମାନେ ସେହି ଅସହାୟ ମାଙ୍କୁ ନେଇ ଏକ ଵୃଦ୍ଧାଶ୍ରମ ରେ ରଖିଥିଲେ l ସେହିଭଳି ବଡଦାଣ୍ଡ ରେ ସାଙ୍ଗମାନେ ମିଶି ରାତିରେ ବିଭିନ୍ନ ଭୋଜିର ବଳକା ଖାଦ୍ୟ ବାଣ୍ଟୁଥିବା ବେଳେ ଜଣେ ଅସହାୟ ବୃଦ୍ଧ ସେମାନଙ୍କୁ ଟିକିଏ ମୁଣ୍ଡ ଗୁଞ୍ଜିବାକୁ ସହଯୋଗ ଚାହିଁଥିଲେ l ସେତେବେଳେ ସାଙ୍ଗମାନେ ସେଇ ବୃଦ୍ଧ ମଉସାଙ୍କୁ ଏକ ଵୃଦ୍ଧାଶ୍ରମ ରେ ରଖିଥିଲେ l ସେହିଭଳି କିଛିଦିନ ଗଲାପରେ ଜଣେ ଅନ୍ଧ ଯୁବକ କେଉଁଠାରେ ରହିବାପାଇଁ ବଡଦାଣ୍ଡ ରେ ବୁଲୁଥିବା ବେଳେ ଏହି ବନ୍ଧୁମାନେ ସେହି ଯୁବକଙ୍କୁ ନେଇ ବିଭିନ୍ନ ଜରାଶ୍ରମ ବୁଲିଥିଲେ କିନ୍ତୁ ଯୁବକ ଜଣକ ଅନ୍ଧ ଥିବାରୁ ନିଜ କାମ ନିଜେ କରିପାରିବେନି କହି କୌଣସି ଜରାଶ୍ରମର ପରିଚାଳକ ସେହି ଯୁବକଙ୍କୁ ରଖିନଥିଲେ l ସେହି ସମୟରେ ସୁରେଶ ଏବଂ ତାଙ୍କ ସାଥିମାନେ ଏକ ଵୃଦ୍ଧାଶ୍ରମ କରିବାର ନିଷ୍ପତି ନେଇ ଏହି ଅନ୍ଧଯୁବକଙ୍କ ସହିତ ପାଞ୍ଚଜଣ ବୃଦ୍ଧବୃଦ୍ଧାଙ୍କୁ ନେଇ୨୦୧୭ମସିହାରେ ସର୍ବୋଦୟ ନଗର ରୁ ସିଦ୍ଧମହାବୀର ରେଲୱେ ଲେବୁଲ କ୍ରସିଂ ନିକଟରେ ଏକ ଭଡାଘରେ” ହୋପ ଇଜ ଲାଇଫ ” ନାମକ ଏକ ଵୃଦ୍ଧାଶ୍ରମ କରିବା ସହିତ ତାଳବଣିଆ ରେ ତାଳଗଛ ଲଗାଇବା, ରଥଯାତ୍ରା ରେ ମାଗଣା ଖାଦ୍ୟ ବାଣ୍ଟିବା, ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ବେଳାଭୂମି ସଫେଇ କରିବା, ପୁରୁଣା ପୋଷାକ, ଶାଢ଼ୀ, ଲୁଗା, ଶୀତବସ୍ତ୍ର ଇତ୍ୟାଦି ସଂଗ୍ରହ କରି ଅସୁବିଧା ରେ ଚଳୁଥିବା ଲୋକମାନଙ୍କୁ ବାଣ୍ଟିବା ଏହିଭଳି ଜନସେବା ମୂଳକ କାର୍ଯ୍ୟକରି କେବଳ ପୁରୀ ସହର ନୁହେଁ କି ପୁରୀ ଜିଲ୍ଲାନୁହେଁ ସାରା ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ” ହୋପ ଇଜ ଲାଇଫ ” ର ଅଧକ୍ଷ ସୁରେଶଙ୍କ ସହିତ ତାଙ୍କ ସାଥିମାନେ l ବର୍ତ୍ତମାନ ସମସ୍ତଙ୍କ ପ୍ରଚେଷ୍ଟା ରେ ଏହି ବୃଦ୍ଧାଶ୍ରମ ଟି ଭଡାଘର ଛାଡ଼ି ବେଲଦଳ ଗ୍ରାମରେ ନିଜସ୍ୱ ଜାଗାରେ ଏକ ବିରାଟ ଅନୁଷ୍ଠାନ ହୋଇ ଛିଡାହେବା ସହିତ ବର୍ତ୍ତମାନ ଏହି ଵୃଦ୍ଧାଶ୍ରମ ରେ ୨୭ଜଣ ବୃଦ୍ଧବୃଦ୍ଧା ରହିବା ସହିତ ସେମାନଙ୍କ ଦେଖାଶୁଣା କରିବାପାଇଁ ପାଞ୍ଚଜଣ ମହିଳା ପୁରୁଷ କାର୍ଯ୍ୟକରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି l ଆଜି ପବିତ୍ର ରାକ୍ଷୀପୂର୍ଣ୍ଣିମା ରେ ମହିଳା ଅନ୍ତେବାସୀନୀମାନେ ପୁରୁଷ ଅନ୍ତେବାସୀ ମାନଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇଥିଲେ l ପରେପରେ ମିଷ୍ଠାନ୍ନ, ଡାଲି, ପନିର ମଟର, ଶାଗ, ଖଟା କ୍ଷୀରୀ ସମସ୍ତେ ଏକାଠି ବସି ଖାଇଥିଲେ l ନିଜ ଘରେ ପୁଅବୋହୁଙ୍କ ପାଖରେ ଥାଇ ଆମେ ଏଭଳି ସେବା କେବେ ପାଇନୁ ବୋଲି ଅନ୍ତେବାସୀ ଓ ଅନ୍ତେବାସିନୀ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହିତ ସୁରେଶ କୁମାର ନନ୍ଦଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l ଏହି ଅନୁଷ୍ଠାନ କେବଳ ସାଙ୍ଗସାଥି ଏବଂ କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ରେ ଚାଲିଛି ଆମକୁ ଯଦି କିଛି ସରକାରୀ ସାହାଯ୍ୟ ମିଳନ୍ତା ଆମର ଏହି ଅନୁଷ୍ଠାନ ଟି ବହୁତ ଖୁସିରେ ଚାଲନ୍ତା ବୋଲି ଅଧକ୍ଷ ସୁରେଶ ନନ୍ଦ ଗଣମାଧ୍ୟମ ଆଗରେ ଦୁଃଖର ସହିତ ପ୍ରକାଶ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed