April 24, 2026

ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ

IMG-20250710-WA0045
Share

 

 

ସମ୍ବଲପୁର:ବରଗଡ଼ ନିଷ୍ଠା ପରିବାରର ମହିଳା ଶାଖାର ସଂଯୋଜିକା ସୁଶ୍ରୀ ତ୍ରିପୁରା ସୁହୁଲା, ତାଙ୍କ ଭଉଣୀ ମିନାକ୍ଷୀ ସୁହୁଲା ଓ ଭାଇ ଅଜୟ ସୁହୁଲା ଙ୍କ ଜନ୍ମ ଦିନ ପାଳନ ଅବସରରେ ବରଗଡ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁବେର ଚନ୍ଦ୍ର ମହାନ୍ତ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର କୁ ଉଦ୍ଘାଟନ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୪୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହୋଇଥଲା। ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ଭାଇ ଭଉଣୀ ମାନଙ୍କ ପ୍ରାୟାସ ରେ ଏକ ରକ୍ତ ଦାନ ଶିବିର ଆୟୋଜନ କରିବା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ। ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।ଏକ ନିଆରା ଜନ୍ମ ଦିନ ପାଳନ ପାଇଁ ତ୍ରିପୁରା ଭଉଣୀ, ମୀନାକ୍ଷୀ ଭଉଣୀ, ଅଜୟ ଭାଇଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ ସମସ୍ତ ଙ୍କୁ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଶିବିର କୁ ନିଷ୍ଠା ର ସଭାପତି ଅଶ୍ଵିନୀ ତ୍ରିପାଠୀ ,ଉପ ସଭାପତି ସଚି ପଣ୍ଡା,ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ମାନସ ମେହେର,ସୂତପା ଗଡତିଆ, ପ୍ରାଚୀ କର ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ସୁହୁଲା ପରିବାର ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।