April 24, 2026

ଭିନ୍ନକ୍ଷମ ପ୍ରମାଣ ପତ୍ର ଜିଲ୍ଲାରୁ ତୃଣମୂଳ ସ୍ତରକୁ ପହଁଚିଲା

IMG-20250710-WA0060
Share

ଜିଲ୍ଲାପାଳ କୋରାପୁଟ ଭି କୀର୍ତ୍ତି ୱାସନ ଙ୍କ ଉଦ୍ୟମ ରେ ଏଵେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଙ୍କୁ କୋରାପୁଟ ସଦର ମହକୁମା ଓ ଜୟପୁର ସହିତ ଏଣି କି ନିଜ ବ୍ଲକ ସ୍ତରରେ ବ୍ଲକ ସଦର ମହକୁମା ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେଇ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇ ପାରିବେ। ଏହି ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପଟାଙ୍ଗି ବ୍ଲକ ଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଆଜି ଏହି ଅବସର ରେ ୧୯୮ ଜଣ ଭିନକ୍ଷମ ପଞ୍ଜିକରଣ କରିଥିଲେ i ସେଥିମଧ୍ୟରୁ ୧୮୪ ଜଣପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।ସେଥିମଧ୍ୟରୁ

ଚଳନ ବାଧିତ ଦିବ୍ୟାଙ୍ଗ୧୧୦, ଦୃଷ୍ଟି ବାଧିତ୨୬, ଶ୍ରାବଣ ବାଧିତ୨୬, ମାନସିକ ଅନଗ୍ରସର ୧୮ ରକ୍ତଶିକୁଳି ୪ ବିବେଚିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ କୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗ କରିଥିଲେ।ଏହା କରିବା ଦ୍ୱାରା ଲୋକ ମାନଙ୍କୁ କଷ୍ଟ ସ୍ୱୀକାର କରି ଜିଲ୍ଲା ସଦର ମହକୁମା ଓ ଜୟପୁର ଆସିବାକୁ ପଡିବ ନାହିଁ

You may have missed