April 24, 2026

ବିଦ୍ୟୁତ ଫାସରେ କୃଷ୍ଣସାର ମୃଗର ମୃତ୍ୟୁ,  ନିଲମ୍ବିତ ହେଲେ ମହିଳା ଫରେଷ୍ଟର 

IMG-20250710-WA0054
Share

 

ବୁଗୁଡ଼ା : ତା ୧୦/୦୭/୨୫ : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ପଞ୍ଚଭୂତି ଫରେଷ୍ଟ ବିଟରେ ବିଦ୍ୟୁତ ଫାସରେ ପଡି ଏକ କୃଷ୍ଣସାର ମୃଗର ମୃତ୍ୟୁ ଘଟଣା ପରେ ବିଭଗୀୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାରେ ଅହେତୁକ ବିଳମ୍ବ ଅଭିଯୋଗରେ ପଞ୍ଚଭୂତି ଫରେଷ୍ଟ ବିଟର ମହିଳା ଫରେଷ୍ଟର ପଲ୍ଲବୀ ନନ୍ଦଙ୍କୁ ନିଲମ୍ବନ କରାଯାଇଥିବା ନେଇ ଘୁମୁସର ଦକ୍ଷିଣ ବନଖଣ୍ଡ ଏସିଏଫ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ ଗତ ୭ ତାରିଖରେ ପଞ୍ଚଭୂତି ଫରେଷ୍ଟ ବିଟ ଅନ୍ତର୍ଗତ ଯାତ୍ରା କୁମୁଟି ନିକଟ ଦିହୁଡି ବଞ୍ଜର କାଜୁ ଜଙ୍ଗଲରେ ବିଦ୍ୟୁତ ଫାସରେ ପଡି ଏକ କୃଷ୍ଣସାର ମୃଗର ମୃତ୍ୟୁ ଘଟିଥିଲା l ଫରେଷ୍ଟର ପଲ୍ଲବୀ ନନ୍ଦ ୭ ତାରିଖ ରାତିରେ ହିଁ ଖବର ପାଇଥିଲେ ଏବଂ ୮ ତାରିଖ ସକାଳେ ମୃତ ଦେହ ଉଦ୍ଧାର କରି ପଞ୍ଚଭୂତି କାର୍ଯ୍ୟାଳୟକୁ ଆଣିଥିଲେ ହେଁ ବିଭାଗୀୟ ଅଧିକାରୀଙ୍କୁ ନ ଜଣାଇ କାର୍ଯ୍ୟାଳୟ ପରିସରରେ ପୋତି ଦେଇଥିଲେ l ତେବେ ଘଟଣା ଦିନ ହୁକିଂ ତାର ହଟାଇବାକୁ ଯାଇଥିବା ବିଦ୍ୟୁତ କର୍ମଚାରୀ ମୃତ କୃଷ୍ଣସାର ମୃଗର ଉଠାଇ ଥିବା ଫୋଟ ଭାଇରଲ ହେଲା ପରେ ବିଭଗୀୟ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟିକୁ ଆସିଥିଲା l ଏ ନେଇ ତନାଘନା ପରେ ସମ୍ପୃକ୍ତ ଫରେଷ୍ଟର ଭୁଲ ସ୍ୱୀକାର କରିଥିଲେ ଏବଂ ୯ ତାରିଖରେ ମୃତ କୃଷ୍ଣସାର ମୃଗର ବ୍ୟବଛେଦ ହୋଇଥିଲା l ଏ ଘଟଣା ପରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ଫରେଷ୍ଟରଙ୍କୁ ନିଲମ୍ବନ କରାଯାଇ ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି l