ନିଜ ଟଙ୍କାରେ ୪ ଜଣ ଛାତ୍ରଛାତ୍ରୀଙ୍କୁ କଲେଜରେ ନାମ ଲେଖାଇ ମାନବିକତାର ପରିଚୟ ଦେଲେ କାଉନସିଲର ଦୀପକ ରାଏ
ସୁରେନ୍ଦ୍ର କଠାର,ଅତାବିରା
ଅତାବିରାର ଚର୍ଚ୍ଚିତ ଯୁବ ଚେହେରା ତଥା ଯୁବ କାଉନସିଲର ଦୀପକ ରାଏ ତାଙ୍କ ସମାଜସେବା କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି |ଆଜି ସେ ଅତାବିରା ବ୍ଲକ ଅଞ୍ଚଳର ୪ ଜଣ ଗରୀବ ଛାତ୍ରଛାତ୍ରୀଙ୍କୁ ନିଜ ଟଂକାରେ ବିଭିନ୍ନ କଲେଜରେ ଯୁକ୍ତ ୨ ରେ ନାମ ଲେଖାଇ ମାନବିକତାର ପରିଚୟ ଦେଇଛନ୍ତି |ଅତାବିରା ଏନଏସି ୬ ନମ୍ବର ଓ୍ବାର୍ଡର ବାପା ଛେଉଣ୍ଡ ଗରିବ ଝିଅ ସସ୍ମିତା ପଶାୟତକୁ ଓ ରେଂଗାଲିକେମ୍ପର ଗରିବ ପାନ ଦୋକାନୀର ପୁଅ ପ୍ରେମ କୁମ୍ଭାରକୁ ଗୋଡଭଗା ସାରସ୍ବଦ ମହାବିଦ୍ୟାଳୟରେ ଯୁକ୍ତ ୨ ରେ ନାମ ଲେଖାଇଥିବା ବେଳେ ଅତାବିରା ଏନଏସି କାଣ୍ଡପାଲି ଓ୍ବାର୍ଡ ନମ୍ବର ୧୨ର ଗରିବ ଝିଅ ମାମି କାଣ୍ଡକୁ ଓ ଲଚିଦା ଗ୍ରାମର ଝିଅ ସସ୍ମିତା ସାହୁକଂ ବାପା ମାଁ ରୋଗାଗ୍ରସ୍ତ ହୋଇ ବେଡରେ ପଡିଥିବା ବେଳେ ପାଠପଢାରେ ଅର୍ଥ ବାଧକ ସାଜିଥିଲା ଏହି ଖବର ପାଇ ଦୀପକ ରାଏ ଅତାବିରା କଲେଜରେ ନାମ ଲେଖାଇ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି |
