June 18, 2026

ଜିଲ୍ଲାରେ ଆରମ୍ଭ ହେଲା ବେଟି ପଢ଼ାଓ ବେଟି ବଚାଓ କାର୍ଯ୍ୟକ୍ରମ

accc0fab-5c87-42fe-953b-1ea8a7b845b2
Share


++++++++++++++++++++
ଜଗତସିଂହପୁର :- ଯେପରି ପ୍ରତ୍ୟେକ ପରିବାରରୁ ଶିଶୁକନ୍ୟା ମାନେ ମୌଳିକ ଶିକ୍ଷା ସହିତ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି ! ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ଗୃହ ମଧ୍ୟରେ ଜିଲ୍ଲପାଳ ପାରୁଲ ପଟୱାରୀ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଳାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ! ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ !
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି,ଜିଲ୍ଲା ବାଲ୍ୟ ବିବାହ ନିରୋଧ ଟ୍ୟାକ୍ସ ଫୋର୍ସ, ଚାଇଲଡ ଲାଇନ, ଶିଶୁ ଯତ୍ନ ଅନୁଷ୍ଠାନ ତଥା ଶିଶୁ ମଙ୍ଗଳ କମିଟି ମାଧ୍ୟମରେ କିପରି ତ୍ରୟ ମାସିକ ବୈଠକରେ ଶିକ୍ଷାର ସମୃଦ୍ଧି ହୋଇପାରିବ ତାହା ସମୀକ୍ଷା କରାଯାଇଥିଲା ! ଜିଲ୍ଲାପାଳ ମହୋଦୟା ବେଟି ପଢ଼ାଓ ବେଟି ବଚାଓ ଉପରେ ସୁଚିନ୍ତିତ ବ୍ୟାଖ୍ୟା କରିଥିବା ବେଳେ ଅନ୍ୟ ଅତିଥିମାନେ ଶିଶୁକନ୍ୟା ମାନଙ୍କର ବିକାଶ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଟିପ୍ପଣୀ
ମାନ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା ! ଜିଲ୍ଲାର ଦଶମ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବାଳିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା !ସାଇ ଲିପ୍ସା ପ୍ରଧାନ,ଅଭାମୟୀ ଜେନା,ସ୍ତିତିପ୍ରଜ୍ଞା ପରିଡା, ଋତୁପର୍ଣ୍ଣା ମଲ୍ଲ,ରାଜଲକ୍ଷ୍ମୀ ସାମଲ ଓ ଇପ୍ସିତା ମହାନ୍ତି ଙ୍କୁ ପାଠପଢା ପ୍ରୋତ୍ସାହନ, ମାନପତ୍ର, ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା !ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ଥରୀୟ ଅଧିକାରୀ,ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଓ ସମସ୍ତ ସଭ୍ୟା, ପୋଲିସ ଅଧିକାରୀ,ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା,ଚାଇଲଡ ଲାଇନ ର କର୍ମକର୍ତ୍ତା,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ଉପସ୍ଥିତ ଥିଲେ !ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସ୍ବସ୍ତି ମହାନ୍ତି,ଗର୍ଭ ପୂର୍ବ ଓ ଗର୍ଭ ପରବର୍ତ୍ତୀ ନିଦାନ କୌଶଳ ଆଇନ 1984 ବିଷୟରେ ଆଲୋଚନା କରାଯାଇଥିବାର ଦେଖିବାକୁ ମିଳିଥିଲା ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା

You may have missed