June 19, 2026

ଗଜପତି ଜିଲ୍ଲାରେ ମୁକ୍ତା ଯୋଜନାର କାର୍ଯ୍ୟକାରିତାକୁ ନେଇ ବ୍ରହ୍ମପୁର ସାଂସଦଙ୍କ ପ୍ରେସମିଟ୍‌

81958a4d-bcbb-4783-8ba6-fd6a6db1ae8e
Share

ପାରଳାଖେମୁଣ୍ଡି:୧୦/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ଏବଂ କାଶୀନଗର ଏନ୍‌ଏସିରେ ମୁକ୍ତା ଯୋଜନା ସମ୍ପର୍କିତ ଏକ ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ । ଏହାପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ସାହୁ ସୂଚନା ଦେଇ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତା ଯୋଜନାରେ ଗଜପତିର ଉଭୟ ସହରାଞ୍ଚଳର ବିକାଶ ପାଇଁ ପାଖାପାଖି ୭କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି । ଯାହାକି ଆଗାମୀ ଦିନରେ ଅନୁମୋଦନ ହୋଇ ଉଭୟ ସହରାଞ୍ଚଳ ବାସୀ ଏକ ଖୁସି ଖବର ପାଇବେ ବୋଲି କହିଛନ୍ତି । ଫଳରେ ଉଭୟ ସହରାଞ୍ଚଳର ବିଭିନ୍ନ ସାମୂହିକ ବିକାଶ ସହ ଭିତ୍ତିଭୂମୀ,ଷ୍ଟ୍ରିଟଲାଇଟ୍‌, ଡ୍ରେନେଜ୍ ବ୍ୟବସ୍ତା, ଚଲାପଥ, ଭେଣ୍ଡିଙ୍ଗ ଜୋନ୍ ଆଦି କରାଯିବ ଯାହାକି ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ବୃଦ୍ଧିପାଇବ ବୋଲି ଜଣାଇଛନ୍ତି । ଏହା ସହ ଗଜପତିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିଭିନ୍ନ ମଠ ମଦନ୍ଦିର, ଚର୍ଚ୍ଚ, ଗିର୍ଜାଘର, ଭାଗବତ ଟୁଙ୍ଗି ଆଦି ସାମୂହିକ କାର୍ଯ୍ୟପାଇଁ ୧୮କୋଟି ଟଙ୍କାରୁ ଉର୍ଦ୍ଧ ଅନୁମୋଦନକରିସାରିଛନ୍ତି ସେହିପରି ଆଗାମୀ ଦିନରେ ମଧ୍ୟ ବିକାଶ ନିମନ୍ତେ ଅଧିକା ଟଙ୍କା ଅନୁମୋଦନ ପାଇଁ ୫-ଟି ସଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବାର କହିଛନ୍ତି ।

You may have missed