June 17, 2026

ମଙ୍ଗୁଳା କନ୍ୟା କୁ ଚ୍ଛାଡ଼ି ଅନ୍ୟତ୍ର ବିବାହ ପାଇଁ ,ବର ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ବର ଅଟକ

IMG-20230510-WA0012
Share

ମଙ୍ଗୁଳା କନ୍ୟା କୁ ଚ୍ଛାଡ଼ି ଅନ୍ୟତ୍ର ବିବାହ ପାଇଁ ,ବର ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ବର ଅଟକ

ଅସ୍ତରଙ୍ଗ,,ବୁଧବାର ରାତ୍ରରେ ହୋଇ ଥାନ୍ତା ବିଭାଘର । ଝିଅ ବିବାହ ପାଇଁ ପରିବାର ତରଫରୁ ନିମନ୍ତ୍ରଣ ପତ୍ର ବଣ୍ଟାଯିବ ସହ ଝିଅର ମଙ୍ଗୁଳା ବି ସରି ଗଲାଣି । ବରଯାତ୍ରୀ ଙ୍କ ପାଇଁ ଚାଲିଛି ରୋଷେଇ ବାସର ଆୟୋଜନ । ହେଲେ,ଝିଅ ର ଗ୍ରାମରେ ପ୍ରଚାର ହୋଇ ଗଲା ଯେ,ପୁଅ ବିଭା ନ ହୋଇ,ଅନ୍ୟତ୍ର ବିଭା ହେବା ପାଇଁ ଏକ କାରରେ ତାର ଧରମ ଭାଣିଜି ସହ ଫେରାର ହୋଇ ଯିବାକୁ ବସିଅଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ମେରାଇନ ଥାନା ଅଧୀନ ଝାଡଲିଙ୍ଗ ଓ ଡମସୁଣ ଗ୍ରାମରେ ।

ଘଟଣାରୁ ପ୍ରକାଶ ଯେ, ଡମସୁଣ ଗ୍ରାମର ଲକ୍ଷ୍ମୀଧର କାଣ୍ଡୀ ଙ୍କ ପୁଅ ଅରୁ, ର ନିକଟ ବିଲୁଆମୁଣ୍ଡୁଳି ଗ୍ରାମର କାଳନ୍ଦୀ କାଣ୍ତୀ ଙ୍କ ଝିଅ ମିତାଲି ସହିତ, ବୈଦିକ ରୀତି ନୀତି ଅନୁଯାୟୀ ବୁଧ ବାର ଦିନ ବିବାହ ହେବା ପାଇଁ ରହିଥିବା ବେଳେ,କନ୍ୟା ପକ୍ଷ ବରପକ୍ଷ କୁ ୫୦ ହଜାର ଟଙ୍କା,ଗାଧୁଆ ସଜ ୧୦ହଜାର ଓ ଏକ ସୁନା ମୁଦି ଦେଇ ଥିଲେ । ହେଲେ ,ବୁଧବାର ଦିନ ଦଶ ଘଟିକା ସମୟରେ ପୁଅର ଝାଡଲିଙ୍ଗ ଗ୍ରାମର ଧରମ ଭାଣୀଜି ଏକ କାର ଆଣି ବରକୁ ଅନ୍ୟତ୍ର,ନେଇଯିବା ପାଇଁ ନେଇ ଯାଉଥିବା ବେଳେ,କନ୍ୟା ମିତାଲୀ ପରିବାର ଏହା ଜାଣି ପାରି ଗ୍ରାମର ଲୋକଙ୍କୁ ଡାକି,ଗାଡ଼ିର ପିଛା କରି ଫେରାର ବରକୁ ଧରିବା ସହ, ବର ଅରୁ,କୁ ଆଣି ମେରାଇନ ଥାନା ଆଇ ଆଇ ସି,ଶ୍ରୀ ପଞ୍ଚାନନ ପରିଡ଼ା ଙ୍କୁ ହସ୍ତାନ୍ତର କରିଥିଲେ । ପୋଲିସ ବର ଆରୁ କୁ ଅଟକ ରଖି, ଉଭୟ ପକ୍ଷର ଲୋକଙ୍କୁ ଡକାଇ ଆଲୋଚନା କରି ବହୁ ବାଦ ବିବାଦ ପରେ,୬୦ହଜାର ଟଙ୍କା,ସହ ଝିଅ ଘର ଦେଇଥିବା ମୁଦି କୁ ପୁଅ ପକ୍ଷ ଫେରସ୍ତ ଦେଇଥିବା ଜଣା ପଡି ଅଛି । ଏହି ଘଟଣାର ମୁଖ୍ୟ ନାୟିକା ଧରମ ଭଣେଜି ପାରାଦୀପ ରେ ରହି ତିନିଗୋଟି ବିବାହ କରିଥିବା ବେଳେ,ଚତୁର୍ଥ ବିବାହ ପାଇଁ ମନ ବଳାଇଥିବା ଝିଅପକ୍ଷ ଅଭିଯୋଗ କରିଛନ୍ତି

 

ଦୁଃଶାସନ ନାୟକ ,ଅସ୍ତରଙ୍ଗ ,ପୁରୀ

You may have missed