April 25, 2026

ଏନଏସଏସ ୟୁନିଟ-୨ ପକ୍ଷରୁ ଅଭିମୁଖୀକରଣ କାର୍ଯ୍ୟକ୍ରମ

IMG-20230510-WA0011
Share

ଏନଏସଏସ ୟୁନିଟ-୨ ପକ୍ଷରୁ ଅଭିମୁଖୀକରଣ କାର୍ଯ୍ୟକ୍ରମ

ବୁଗୁଡ଼ା : ତା ୧୦/୦୫/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍-୨ ପକ୍ଷରୁ କଲେଜ ପରିସରରେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏଥିରେ ସମ୍ବଳ ବ୍ଯକ୍ତି ଭାବେ ଗଞ୍ଜାମ ଜିଲ୍ଲା ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ଯାପକ ସୁଧାଂଶୁ ଷଡଙ୍ଗି ଯୋଗ ଦେଇ ଜାତୀୟ ସେବା ଯୋଜନା କ୍ଷେତ୍ରରେ ଅଭିମୁଖୀକରଣ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ସେ ଜାତୀୟ ସେବା ଯୋଜନାର ମୂଳ ଲକ୍ଷ୍ୟ ସହ ଏହାର ଆଦର୍ଶ ଉକ୍ତି ଗୁଡିକୁ ଉପସ୍ଥାପନ ପୂର୍ବକ ସ୍ବେଚ୍ଛାସେବୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏଥି ସହ ସେ ସ୍ବେଚ୍ଛାସେବୀଙ୍କୁ ସାମାଜିକ କର୍ତ୍ତବ୍ୟ ପାଳନ, ଜାତୀୟ ସଂହତି ରକ୍ଷା ଓ ବିପର୍ଯ୍ୟୟ ପରିଚାଳନାରେ ସହଭାଗିତା ସାଙ୍ଗକୁ ଗୋଷ୍ଠୀ ସେବା ମାଧ୍ୟମରେ ନିଜର ବ୍ଯକ୍ତିତ୍ବର ବିକାଶ ଘଟାଇବାକୁ ପରାମର୍ଶ ଦେଇଥିଲେ । ଅଧିକନ୍ତୁ, ସ୍ବେଚ୍ଛାସେବୀଙ୍କ ସନ୍ଦେହ ମୋଚନ ନିମନ୍ତେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏକ ଶତ ଛାତ୍ରୀଙ୍କୁ ନେଇ ନୂତନ ଭାବେ ଗଠିତ ଏନଏସଏସ ୟୁନିଟ-୨ର କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ଯାପିକା ଶୁଭସ୍ମିତା ମହାପାତ୍ରଙ୍କ ସୁପରିଚାଳନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍ବେଚ୍ଛାସେବୀଙ୍କ ଦ୍ବାରା କଲେଜ ହତା ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା ।