April 23, 2026
ajiro khabar
Share

 

ଆଜି ପାଗ ସୂର୍ଯ୍ୟକିରଣ ଭରା ଏବଂ ସାମାନ୍ୟ ଗରମ ରହିବ। ଦିନର ତାପମାତ୍ରା ୩୩ ଡିଗ୍ରୀ ଏବଂ ୨୧ ଡିଗ୍ରୀ ମଧ୍ୟରେ ରହିବ।

 

ରାଜ୍ୟ ପୋଲିସ ବାହିନୀରେ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ମାଓବାଦୀ ପ୍ରଭାବିତ ଜିଲ୍ଲା ଗୁଡିକରେ ଲାଗୁ ହେବ ‘ଗ୍ରାମୋଦୟ’ ଯୋଜନା।

 

କେନ୍ଦୁଝର ଘଟଗାଁ ମା ତାରିଣୀଙ୍କର ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ। ୧୫ ତାରିଖ ଯାଏ ଅନୁଷ୍ଠିତ ହେବ ୯୦ତମ ଚଇତି ପର୍ବ।

 

କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀର ନବୀକରଣ କାର୍ଯ୍ୟ ଜାରି ରହିଛି।

 

ମୟୂରଭଞ୍ଜରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି।

 

କେନ୍ଦ୍ରାପଡାରେ ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ।

 

ସୁନ୍ଦରଗଡରେ ଖେଳ ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ ହୋଇଛି।

 

ରାଜଧାନୀରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ନୂଆ ଫ୍ଲାଇଓଭର ଯୋଜନା।କରୁଛନ୍ତି ସରକାର।

 

ରାଉରକେଲାରେ ସ୍ମାର୍ଟ ସିଟି ପ୍ରକଳ୍ପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

 

ବ୍ରହ୍ମପୁର ସହରରେ ପାନୀୟ ଜଳ ଯୋଗାଣ ପାଇଁ ନୂଆ ପ୍ରକଳ୍ପ ଉଦଘାଟିତ।

 

ବାଲେଶ୍ୱର ସହରରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭୂମି ପୂଜନ ସମାପନ ହୋଇଛି।

 

ବାରିପଦା ସହରରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ।

 

ଭଦ୍ରକ ସହରରେ ପରିମଳ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବାପାଇଁ ପଦକ୍ଷେପ ନିଆଯାଉଛି।

 

ଝାରସୁଗୁଡା ସହରରେ ବାୟୁ ପ୍ରଦୂଷଣ ହ୍ରାସ ପାଇଁ ସ୍ୱତନ୍ତ୍ର ଯୋଜନା କରିବେ ସରକାର।

 

କୋରାପୁଟ ଜୟପୁର ସହରରେ ବ୍ୟାପାର ଓ ବାଣିଜ୍ୟର ବିକାଶ ପାଇଁ ନୂଆ ବଜାରର ପ୍ରତିଷ୍ଠା।

 

ଗଞ୍ଜାମ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ କୋଟି ଟଙ୍କାର ଆର୍ଥିକ ଅନିୟମିତତା, ୫ ଜଣ ଗିରଫ।

 

ଚିଲିକା ନୌସେନା କେନ୍ଦ୍ରରେ ତାଲିମ ପ୍ରାପ୍ତ ଜଣେ ଅଗ୍ନିବୀର ‌ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି।

 

ନବରଙ୍ଗପୁର ଜିଲ୍ଲାରେ ପୋଖରୀରେ ବୁଡ଼ିଗଲେ ତିନି ଶିଶୁକନ୍ୟା, ଶୋକରେ ବୁଡ଼ିଲା କୁର୍ସୀ ଗାଁ।

 

ଗଞ୍ଜାମ ଜିଲ୍ଲାରେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତଣ୍ଟିଚିପି ହତ୍ୟା। ପାଇଖାନାରୁ ମିଳିଲା ଜରିପାଲ ଘୋଡା ମୃତଦେହ।

 

ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରି ପୁଲିସ ଥାନାରେ ଆତ୍ମସମର୍ପଣ କଲା।

 

ଆୟୁଷ୍ମାନ ଭାରତ ଯୋଜନାରେ ଯୋଗ ଶିକ୍ଷା ଦେଉଥିବା ଗୁରୁମା ଙ୍କୁ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର ବାବା ସ୍ବାମୀ ବେଦଶ୍ରବା ଗିରଫ।

 

ଓଡିଶା ଏଫସି ଏବଂ ଏଫସି ଗୋଆ ମଧ୍ୟରେ ଆଜି ଇଣ୍ଡିଆନ ସୁପର ଲିଗ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବ।

 

🇳🇪

ମୁମ୍ବାଇ ବିମାନବନ୍ଦରରେ ଅଗ୍ନିକାଣ୍ଡ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ।

 

କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଭୁଟାନ ଗସ୍ତ କରି ସ୍ୱଚ୍ଛ ଶକ୍ତି ଉପରେ ଆଲୋଚନା କରିଛନ୍ତି।

 

କେରଳ ସାବରିମାଲା ମନ୍ଦିରରେ ଋତୁସ୍ରାବ ଯୋଗ୍ୟ ମହିଳାଙ୍କ ପ୍ରବେଶ କଟକଣାକୁ କେନ୍ଦ୍ର ସରକାର ସମର୍ଥନ କଲେ।

 

ଆସାମ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେଲା।

 

ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି।

 

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ନୂଆ ମିଶନର ପ୍ରସ୍ତୁତି ଆରମ୍ଭ ହେବ।

 

କାନାଡ଼ାରେ ଜାରି ହେଲା ନୂଆ ନିର୍ଦ୍ଦେଶ। ୨୧ ଦିନ ମଧ୍ୟରେ ଡକ୍ୟୁମେଣ୍ଟ ଦାଖଲ ନକଲେ ନିର୍ବାସନ ହେବେ।

 

ଆମେରିକା ଚାପରେ ଭାରତ ନୂଆ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ କରିବା ପାଇଁ ବାଧ୍ୟ ହେଲା।

 

୨୦୨୮ ଜାତିସଂଘର ବାର୍ଷିକ ଜଳବାୟୁ ସମ୍ମିଳନୀ ଆୟୋଜନ କରିବା ପ୍ରସ୍ତାବରୁ ଭାରତ ପଛକୁ ହଟିଗଲା।

 

*ଗତବର୍ଷ ଏଇ ସମୟରେ*

ବଜାରକୁ ଓମ୍‌ଫେଡ୍‌ ଚକ୍‌ଲେଟ୍‌ ଓ ପାଣିବୋତଲ ଆସିବ ବୋଲି ଘୋଷଣା ହୋଇଥିଲା।

 

ଆମେରିକା ଡ଼ଲାସ ବୈଜ୍ଞାନିକ ଜନ୍ମ କରାଇଥିଲେ ଦଶହଜାର ବର୍ଷ ତଳେ ଲୁପ୍ତ ଭୟଙ୍କର ଗଧିଆର ଦୁଇଟି ଛୁଆ।

===================

ବିଶ୍ୱ ହୋମିଓପ୍ୟାଥିକ ଦିବସ

ଭାରତୀୟ ରେଳ ସପ୍ତାହ ଆରମ୍ଭ

 

ଆଜି ଜନ୍ମଦିନ: ମଣି ଶଙ୍କର ଆୟାର, ସଂଜୀବ କପୁର, ଆୟେଶା ଟାକିଆ, ସସ୍ମିତା ମଲିକ (ଫୁଟବଲ, କେନ୍ଦ୍ରାପଡା), ଲିଲିମା ମିଞ୍ଜ (ହକି, ସୁନ୍ଦରଗଡ)

 

ଆଜି ତିରୋଧାନ: ମୋରାରଜୀ ଦେଶାଇ

 

ଇତିହାସରେ ଆଜି ଦିନ: (୧୮୭୫) ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ ସ୍ଥାପିତ/ (୧୯୧୨) ଟାଇଟାନିକ ଜାହାଜ ଇଂଲଣ୍ଡରେ ପ୍ରଥମ ଓ ଶେଷ ଯାତ୍ରା ଆରମ୍ଭ କଲା/ (୨୦୧୬) କେରଳ ପରାଭୂର ମନ୍ଦିରରେ ବାଣ ବିସ୍ଫୋରଣ, ୧୦୦ରୁ ଅଧିକ ମୃତ

===================

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

 

#odiaXpress

You may have missed