ବିଶ୍ଵବାଣୀ ର ବନ୍ଧୁମିଳନ ଉତ୍ସବ ସହିତ କର୍ମଶାଳା ଅନୁଷ୍ଠିତ
ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ୟୁଥ ହଷ୍ଟେଲ ପରିସରରେ ତ୍ରଇଭାଷିକ ପତ୍ରିକା ବିଶ୍ଵବାଣୀର ସାମ୍ବାଦିକ ମାନଙ୍କୁ ନେଇ ବନ୍ଧୁମିଳନ ଉତ୍ସବ ସହିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମ୍ପାଦକ ଅର୍ଜୁନ ମୁଦୁଲିଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ସମ୍ମାନିତ ଅତିଥିଭାବେ ଓଡିଶା ସମବାୟ କୋପରେଟିଭ ବ୍ୟାଙ୍କ ନିର୍ଦେଶକ ସୌମ୍ୟରଂଜନ ଲେଙ୍କା ଓ ବାର୍ତ୍ତା ସମ୍ପାଦକ ଜ୍ଞାନରଞ୍ଜନ ଦାସ ମଞ୍ଚାସିନ ହୋଇ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେପରେ ୨୦୨୬ ରେ ଭାରତୀୟ ଗଣମାଧ୍ୟମ ସଶକ୍ତ କି? ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏହା ଉପରେ ସମସ୍ତ ଅତିଥି ଏବଂ ସାମ୍ବାଦିକମାନେ ନିଜନିଜର ଅଭିମତ ପ୍ରକାଶ କରିଥିଲେ l ସର୍ବଶେଷରେ ସାମ୍ବାଦିକ ତଥା ସମାଜସେବୀଙ୍କ ସହିତ ଓଡିଶାରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବୋର୍ଦ୍ଧିତ କରାଯିବା ସହିତ ପୁରୀଜିଲ୍ଲା ଜୁନିଅର ବାଳିକା ବିଭାଗ ହକି ଗୋଲକିପର ଲିପ୍ସାରାଣୀ ପ୍ରିୟଦର୍ଶିନୀଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
