April 24, 2026

ପୁରୀରେ ନାଳ ଭିତରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଯୁବକ ଶବ

hand
Share

 

ପୁରୀ ରେଡ଼କ୍ରସ ରୋଡ଼ ମାଛ ମାର୍କେଟ ନିକଟସ୍ଥ ଡ୍ରେନ ରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି କୁମ୍ଭାରପଡା ପୋଲିସ l ଯୁବକ ଜଣଙ୍କର ବାମହାତ କହୁଣୀ ଠାରୁ ହାତ ନଥିବାର ଦେଖିବାକୁ ମିଳିଛି l କୁମ୍ଭାରପଡା ପୋଲିସ ୧୬/୨୬ କେଶ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ ପାଇଁ ପଠାଇଛି l ଯୁବକଙ୍କର କୌଣସି ପରିଚୟ ମିଳିନଥିବାରୁ ୯୬ ଘଣ୍ଟା ପର୍ଯ୍ୟନ୍ତ ଶବକୁ ବ୍ୟବଛେଦ ଗୃହରେ ରଖାଯିବ l ଏହି କାର୍ଯ୍ୟକ୍ରମ ରେ ସାଇଣ୍ଟିଫିକ ଟିମ, ଦମକଳ ବାହିନୀଙ୍କ ସହିତ ମାଛମାର୍କେଟ ର ଲୋକନାଥ ମହାପାତ୍ର ଙ୍କ ସହିତ ସମସ୍ତ ବ୍ୟବସାୟୀ ନାଳରୁ ଶବ କାଢ଼ିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l ଯୁବକଙ୍କ ବୟସ ୪୦ରୁ୪୫ ବର୍ଷ ମଧ୍ୟରେ ହେବ ବୋଲି କୁମ୍ଭାରପଡା ଥାନାଧିକାରୀ ପ୍ରକାଶ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed