April 27, 2026

ବେଣ୍ଟପୁର ଗ୍ରାମପଞ୍ଚାୟତ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

IMG-20260410-WA0009
Share

 

ଗତକାଲି ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବେଣ୍ଟପୁର ଗ୍ରାମପଞ୍ଚାୟତ ପରିସରରେ ସରପଞ୍ଚ ବିଜୟଲକ୍ଷ୍ମୀ ପଲାଇଙ୍କ ଅଧକ୍ଷତା ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ଶତାଧିକ ବୃଦ୍ଧ ଓ ବୃଦ୍ଧା ମାନେ ନିଜର ଚକ୍ଷୁ ପରୀକ୍ଷା କରି ମାଗଣା ରେ ଚଷମା ନେଇଥିବା ବେଳେ ଆଠ ଜଣଙ୍କ ଚକ୍ଷୁ ଅପରେସନ ପାଇଁ ଚିହ୍ନଟ କରାଯାଇ ମାଗଣା ରେ ସେମାନଙ୍କ ଅପରେସନ କରାଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ସରପଞ୍ଚ ବିଜୟଲକ୍ଷ୍ମୀ ପଲାଇ l ଏହି କାର୍ଯ୍ୟକ୍ରମ କୁ ଅର୍ବାନ ହସ୍ପିଟାଲ ର ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀ ମାନେ ରୋଗୀମାନଙ୍କ ପରୀକ୍ଷା ଠାରୁ ଆରମ୍ଭକରି ଚିକିତ୍ସା ପର୍ଯ୍ୟନ୍ତ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ