April 18, 2025

ଖାଦ୍ୟରେ ମିଶୁଛି ରାସାୟନିକ ଦ୍ରବ୍ୟ, ପ୍ରଦୂଷିତ ହେଉଛି ଖାଦ୍ୟ ପସରା , ଯାଞ୍ଚ ହେଉନି ଖାଦ୍ୟର ମାନ , ଚର୍ଚ୍ଚାରେ ପ୍ରାଶାସନିକ ଉଦାସୀନତା

Share

ବୁଗୁଡା : ତା ୧୦/୦୪/୨୪ : ଆରମ୍ଭ ହୋଇ ଗଲାଣି ଦଣ୍ଡଯାତ୍ରା ପର୍ବ । ଖୋଲା ମେଲାରେ ପଡିଲାଣି ମାଳମାଳ ଖାଦ୍ୟ ସାମଗ୍ରୀର ପସରା । କେବଳ ଗ୍ରାମାଞ୍ଚଳରେ ନୁହେଁ ,ବୁଗୁଡ଼ା ସହରରେ ମଧ୍ଯ ଠେଲା ଗାଡିଠାରୁ ଆରମ୍ଭ କରି ଅନେକ ଦୋକାନରେ ଫାଷ୍ଟଫୁଡ୍ ଓ ଦୂଷିତ ଜଳ ବିକ୍ରି ହେଉଛି । ବିନା ଲାଇସେନ୍ସରେ ରାସ୍ତା କଡରେ ବିକ୍ରି ହେଉଥିଲେ ବି ଖାଦ୍ୟର ମାନ ଯାଞ୍ଚ ହେଉନାହିଁ । ନାଳ ନର୍ଦ୍ଦମା କଡେ ଅସ୍ବାସ୍ଥ୍ୟକର ପରିବେଶରେ ଏଗୁଡିକ ବିକ୍ରି ହେଉଥ‌ିବା ଦେଖିବାକୁ ମିଳୁଛି। ଦହିବରା, ଆଳୁଦମ୍, ଗୁପଚୁପ, ଚାଟ୍, ଦୋସା,ପକୁଡି ସମେତ ବିଭିନ୍ନ ରକମର ଫାଷ୍ଟଫୁଡ୍ ଖାଦ୍ୟକୁ ଘୋଡାଇ ରଖା ଯାଉନାହିଁ। ରାସ୍ତାରେ ଉଡୁଥ‌ିବା ଧୂଳି ଏହା ଉପରେ ପଡ଼ୁଛି । ତେଣୁ ଏସବୁ ଖାଦ୍ୟ ଏକ ପ୍ରକାର ବିଷାକ୍ତ ହୋଇପଡୁଛି । ଏହି ପଦାର୍ଥକୁ ଯାଞ୍ଚ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଏମାନଙ୍କ କାରବାର ଏବେ ବ୍ୟାପକ ହୋଇଛି। ଆଗାମୀ ଦିନରେ ଏହା ଜଣ୍ଡିସ୍ ସାଙ୍ଗକୁ ଅନ୍ଯାନ୍ଯ ରୋଗକୁ ଆମନ୍ତ୍ରଣ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଆଖପାଖ ଅଞ୍ଚଳରୁ ମଧ୍ଯ ଅନେକ ଲୋକ ବୁଗୁଡ଼ା ସହରକୁ ବିଭିନ୍ନ କାମରେ ଆସୁଥିବା ବେଳେ ଏହି ଫାଷ୍ଟଫୁଡ୍‌କୁ ଆଦରି ନେଉଛନ୍ତି। ଖାଲି ସେତିକି ନୁହେଁ ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଉଥିବା ବିଭିନ୍ନ କୃତିମ ରଙ୍ଗ ସାଙ୍ଗକୁ ଚାଇନା ସଲଟ୍, ଭିନେଗାର, ସୋୟାସସ୍ ଭଳି ବହୁ ରକମର ରାସାୟନିକ ଦ୍ରବ୍ୟ ଭକ୍ଷଣ କରିବା ଫଳରେ ନାନା ରୋଗର କାରଣ ପାଲଟିଛି । ତେଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି ।

You may have missed