May 18, 2024

ପୁଲିସ ପକ୍ଷରୁ ପ୍ଲାଗ ମାର୍ଚ୍ଚ

Share


କଲ୍ୟାଣସିଂହପୁର-୧୦/୪ (ନିପ୍ର) ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଲ୍ୟାଣସିଂହପୁର ପୁଲିସ ପକ୍ଷରୁ ପ୍ଲାଗମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି । ଜିଲା ଆରକ୍ଷୀ ଅଧିକ୍ଷକ ହରିସ ବି.ସି ଙ୍କ ନିର୍ଦ୍ଧେଶରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ନେତୃତ୍ୱରେ ଏସ ଆଇ ଶିଵ ପ୍ରସାଦ ସାହୁ ଥାନା କର୍ମଚାରୀ ସମେତ ଇ/୪ର୍ଥ ସିଆରପିଏଫ ଜବାନ ପ୍ରମୁଖ ଉପସ୍ଥିତ ରହି ଶିକରପାଇ ଠାରୁ ଗୁରୁତୁଲୀ ପର୍ଯ୍ୟନ୍ତ ପ୍ଲାଗମାର୍ଚ୍ଚ କରିଥିଲେ । ନିର୍ବାଚନ ସମୟରେ ଓ ପୂର୍ବରୁ ଆଦର୍ଶ ନିର୍ବାଚନ ଆଚରଣବିଧି ପାଳନ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ଓ ଲୋକଙ୍କ ମନରୁ ଭୟ ଦୂର କରି ପୁଲିସ ଉପରେ ଆସ୍ଥା ପ୍ରତିଷ୍ଠା ଉଦ୍ଧେଶ୍ୟରେ ଏହା କରାଯାଉଛି ବୋଲି ଥାନା ଅଧିକାରୀ ନୀଳକଣ୍ଠ ବେହେରା ପ୍ରକାଶ କରିଛନ୍ତି