May 18, 2024

ବିଭିନ୍ନ ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ

Share

                                                                              ବୁଗୁଡା : ତା ୧୦/୦୪/୨୪ : ଆଗକୁ ନିର୍ବାଚନ ରହିଥିବା ବେଳେ ବିଜେପି ପକ୍ଷରୁ ବୁଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ପୋଲସରା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ଦିନ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମସ୍ଥ କପିଳେଶ୍ବର ମନ୍ଦିର ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ସରପଞ୍ଚ ଧୋବ ପ୍ରଧାନଙ୍କ ନେତୃତ୍ବରେ ତାଙ୍କର କରସିଙ୍ଗି ଓ କରଚୁଲି ପଞ୍ଚାୟତର ସମର୍ଥକମାନେ ବିଜେପିରେ ଯୋଗ ଦେଇଥିଲେ । ସେହିପରି ବୁଧବାର ଦିନ ମାଣିତରା ଗ୍ରାମର ମାଙ୍କଡ଼ଖାଇ ତୋଟାରେ ଆୟୋଜିତ ମିଶ୍ରଣ ପର୍ବରେ ବବୁଲ୍ ନାୟକଙ୍କ ନେତୃତ୍ବରେ ମାଣିତରା ପଞ୍ଚାୟତର ଏବଂ ପ୍ରାକ୍ତନ ସରପଞ୍ଚ ବସନ୍ତ କୁମାର ସାମଲଙ୍କ ନେତୃତ୍ବରେ ଗୋଳାବନ୍ଧ ପଞ୍ଚାୟତର ଅନେକ ଲୋକ ବିଜେପିରେ ସାମିଲ ହୋଇଥିଲେ । ବିଜେପିରେ ଯୋଗ ଦେଇଥିବା ବ୍ଯକ୍ତିମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଦ୍ବୟରେ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା , ନାରୀନେତ୍ରୀ ଆରତି ଦେବୀ , ସୁଶାନ୍ତ ଡାକୁଆ , ଦିଲ୍ଲୀପ କୁମାର ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।