April 18, 2025

ଅନଲାଇନ ଠକାମୀ ର ଶିକାର ହେଲେ ଥାନା ଏସଏସଆଇ

Share

ଅସ୍ତରଙ୍ଗ,୧୦/୪- ବର୍ତ୍ତମାନ ଇଣ୍ଟରନେଟ ପ୍ରଥା ରେ ସାଧାରଣ ଲୋକ ଙ୍କୁ ଅନେକ ସୁବିଧା ମିଳୁଛି, ସାଧାରଣ ଲୋକ ଟିଏ ଯେଉଁଠି ଯେଉଁ ସ୍ଥାନ ରେ ଥାଉ ହାତରେ ଯଦି ମଲ୍ଟିମିଡ଼ିଆ ସେଲ ଫୋନ ଟିଏ ଅଛି ତାହେଲେ ସେଥିରେ ଇଣ୍ଟରନେଟ ବ୍ୟବହାର କରି ସେ କିଛି ବି କରିପାରେ, ଯାହା ଅତ୍ୟନ୍ତ ସହଜ ମଧ୍ୟ, କିନ୍ତୁ ଅନେକ ସମୟ ରେ ଏହି ଇଣ୍ଟରନେଟ ସୁବିଧା ପାଇବା ଯୋଗୁ ସାଧାରଣ ଲୋକ ଠକାମୀ ର ଶିକାର ମଧ୍ୟ ହୋଇଛନ୍ତି ଯାହା ବିଭିନ୍ନ ସମୟ ରେ ନଜିର ଅଛି, ସୂଚନା ମୁତାବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ରେ କାର୍ଯ୍ୟରତ ଏଏସଆଇ ଖଗେଶ୍ୱର କର ଆଜି ଅନଲାଇନ ଠକାମୀ ର ଶିକାର ହୋଇଛନ୍ତି,କିଛି ଦିନ ତଳେ ସ୍ନାପଡେଲ ଅନଲାଇନ ସପିଙ୍ଗ ସେଣ୍ଟର ମାଧ୍ୟମ ରେ ଏକ ହାର୍ଡୱାର ମାପ ଫିତା ଅର୍ଡର କରିଥିଲେ, ଯାହାର ମୂଲ୍ୟ ଥିଲା ୧୯୮ ଟଙ୍କା, ଆଜି ଉକ୍ତ ସାମଗ୍ରୀ ଟି ଥାନା ରେ ଏଏସଆଇ ଖଗେଶ୍ୱର କର ଗ୍ରହଣ କରିଥିଲେ, ପାର୍ସଲ ଫିଟାଇବା ପରେ ସେଥିରେ ମଗାଯାଇଥିବା ଫିତା ବଦଳ ରେ ଏକ ପଥର ଖଣ୍ଡ ରହିଛି, ଏହି ଘଟଣା ଟି ଏକ ପୋଲିସ ଅଧିକାରୀ ଙ୍କ ସହିତ ହୋଇଥିବାରୁ ଯାହା ଅସ୍ତରଙ୍ଗ ଅଞ୍ଚଳ ରେ ଏକ ବିସ୍ମୟ ସୃଷ୍ଟି କରିଛି, ବର୍ତ୍ତମାନ ତାହାକୁ ସେ ରିଟର୍ନ ମାରିଛନ୍ତି କିନ୍ତୁ ଏହାକୁ ନେଇ ସ୍ନାପଡେଲ କମ୍ପାନୀ ଉପରେ କ୍ଷବ୍ଧ ପ୍ରକାଶ କରିଛନ୍ତି ଏଏସଆଇ ଖଗେଶ୍ୱର କର, ଆଉ ଏଭଳି ଘଟଣା ସାଧାରଣ ଲୋକ ଙ୍କ ସହିତ ଘଟୁଛି ଏଥି ପ୍ରତି ସମସ୍ତେ ସଚେତନତା ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି, ଏହି ଭଳି ଠକ ଅନଲାଇନ ସପିଙ୍ଗ ସଂସ୍ଥା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଏଏସଆଇ ଖଗେଶ୍ୱର କର ଚେତାବନୀ ଦେଇଛନ୍ତି l

You may have missed