April 29, 2026

ମୁକ୍ତା ଯୋଜନା ସମ୍ବନ୍ଧିତ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ…

dr1
Share

ବୁଗୁଡ଼ା :  ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା)ର ନିର୍ଦ୍ଦେଶ କ୍ରମେ ମୁକ୍ତା ଯୋଜନାର ନୋଡାଲ ଏଜେନ୍ସି ଭାବେ ଅନୁମୋଦିତ ଯୋଜନାର ତୃଣମୂଳ ସ୍ତରରେ ସଫଳ ରୂପାୟନ ନିମନ୍ତେ ମିଶନ୍ ଶକ୍ତି ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟାଗଣ ଏବଂ ପୌରସଂସ୍ଥାର ଅଧିକାରୀମାନଙ୍କ ପାଇଁ ତାଲିମ୍ କାର୍ଯ୍ୟକ୍ରମର ବ୍ଯବସ୍ଥା କରିଛନ୍ତି । ଏ ପରିପ୍ରେକ୍ଷୀରେ ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ମିଶନ ଶକ୍ତି ସ୍ବଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୯ଟି ସ୍ବୟଂ ସହାୟିକା ଗୋଷ୍ଠୀର ୩୦ ଜଣ ସଦସ୍ଯାଙ୍କ ସମେତ ମାଷ୍ଟର ଟ୍ରେନର ଉଷାରାଣୀ ମହାପାତ୍ର ଓ ସସ୍ମିତା ମିଶ୍ର ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗୀୟ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦାନ କରି ମାଷ୍ଟର ଟ୍ରେନରମାନଙ୍କୁ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ଯ ବିଷୟରେ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ ,ଓ୍ବାର୍ଡ-୭ର କାଉନସିଲର ଆଶୁତୋଷ ବଢେଇ , ପ୍ରୋଜେକ୍ଟ କୋଅର୍ଡିନେଟର ସର୍ବେଶ୍ଵର ବାରିକ , ଇମ୍ପ୍ଲିମେଣ୍ଟ ଏକ୍ସପର୍ଟ ଦ୍ବିତୀକୃଷ୍ଣ ସାହୁ , ଆକାଉଣ୍ଟ୍ ଏକ୍ସପର୍ଟ ସଙ୍କେତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ସମ୍ପର୍କେ ନିଜ ନିଜର ଅଭିଭାଷଣ ରଖିଥିଲା ବେଳେ ଏନ୍ଏସି କର୍ମଚାରୀ ମୁନା ଗୌଡ , ଓ୍ବାର୍ଡ ଅଫିସର ସିମ୍ରନ୍ ଦାଶ ଓ ରଞ୍ଜିତା ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

You may have missed