April 29, 2026

ଆମ ଓଡିଶା ନବୀନ ଓଡିଶା ଜନ ସଚେତନା ଶିବିର …

de2
Share


ଆଜି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତବାରସିଙ୍ଗ୍ ଗ୍ରାମ ପଞ୍ଚାୟତ ଠାରେ ଆମ ଓଡିଶା ନବୀନ ଓଡ଼ିଶାର ଜନ ସଚେତନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନା କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜି.ପି.ଓ ଶଶାଙ୍କ ଶେଖର ସୁବୁଦ୍ଧି ,ସ୍ଥାନୀୟ ସରପଞ୍ଚ କନକ ମଣ୍ଡଳ,ସମିତି ସଭ୍ୟା ରଜନୀ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡ଼ମୁଣ୍ଡି,ପଞ୍ଚାୟତ ଅଧିକାରୀ ଜୟଲଖ୍ନି ଗୌଡ଼,ନାୟବ ସରପଞ୍ଚ ବୈଶାଖ ମଣ୍ଡଳ ସମନ୍ନିତ ଶିଶୁ ବିକାଶ ସୁପରଭାଈଜର ଲଖ୍ମି ଦେବୀ, ଏ.ଏନ୍.ଏମ୍ ସଲିଳା ସଡ଼ଙ୍ଗି,ସି.ଏଚ୍.ଓ ସ୍ୱଣ୍ଣପ୍ରଭା ସ୍ୱାଇଂ,ପୁନମ୍ ସିନ୍ଦୁରି,ମଞ୍ଚ ପରିଚାଳକ ସ୍ଥାନୀୟ ଯୋଗାଣ ସହାୟକ ରୋହିତ କୁମାର ବଡ଼ ର ଇତ,ତଥା ସ୍ଥାନୀୟ ପଞ୍ଚାୟତର ସମସ୍ତ ଜନସାଧାରଣ ମହିଳା ଗ୍ରୁପର ସମସ୍ତ ସଦସ୍ୟ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।ସମୟର ବିଳମ୍ବ ହେଲେ ମଧ୍ୟ ଶେଷରେ ରା.ଉଦୟଗିରି ବ୍ଲକ୍ ଅଧ୍ୟକ୍ଷ ଲଖ୍ମିନାରାୟଣ ଶବର ତଥା ଜିଲ୍ଲା ଟି.ଡି.ସି.ସି ସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ ସାର୍ ସଭା ସ୍ଥଳରେ ପହଂଚି ବେଷ୍ଟ୍ ଅଙ୍ଗନବାଡ଼ି ସୁଶିଳା ଦଳାଇ, ବେଷ୍ଟ୍ ସି.ଆର୍.ପି କୁନି ଦଳାଇ ଙ୍କୁ ପୁରଷ୍କୃତ କରିବା ସହ ମାନ୍ୟବର ଓଡିଶା ସରକାରଙ୍କ ଜନହୀତକାର ଯୋଜନା ମାନ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଅବଗତ କରାଇଛନ୍ତି ।ଯଥା ଗ୍ରାମାଞ୍ଚଳ ଗୁଡ଼ିକର ଧାର୍ମିକ ସ୍ଥଳ ଗୁଡିକ ର ରୂପାନ୍ତିକରଣ,ମହିଳା ସଶକ୍ତିକରଣ ତଥା ଭିତିଭୁମି ର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକ ର ରୂପାନ୍ତିକରଣ, କ୍ରୀଡ଼ା ଭିତିଭୁମି ର ବିକାଶ, ଐତିହ୍ୟ ଭିତିଭୁମି ର ବିକାଶ, ସୁଗମ ପରିବହନ ବ୍ୟବସ୍ଥା, ଏହି ସବୁ ବାର୍ତ୍ତା ଯେପରି ଗ୍ରାମାଞ୍ଚଳରେ ପହଞ୍ଚି ବିକାଶ ହୋଇ ପାରିବ ତା ହେଉଛି ଏହି ସଚେତନା କାର୍ଯ୍ୟ କ୍ରମର ମୁଳ ଲକ୍ଷ ବୋଲି ଜନସାଧାରଣ କୁ ଅବଗତ କରାଇଛନ୍ତି ଶେଷରେ ସରକାରୀ ଉଚ୍ଚ ବିଦ୍ୟାଳୟ ତବାରସିଙ୍ଗ୍ ର କୁନି କୁନି କଳାକାର ଙ୍କ ଦ୍ୱାରା ପରିବେଶ ସୁରକ୍ଷା ,କନ୍ୟା ସନ୍ତାନ ସୁରକ୍ଷା ତଥା ଶିକ୍ଷା ଉପରେ ଅଭିନୟ ମାଧ୍ୟମରେ ଜନସାଧାରଣ ଙ୍କୁ ଅବଗତ କରାଇବା ସହ ସ୍ଥାନୀୟ ଲୋକଙ୍କ ପ୍ରତି ଏକ ବାର୍ତ୍ତା ଦେଇଛନ୍ତି। ଯାହାକି ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ଏକ ଗୌରବମୟ ତଥା ଉଚ୍ଚ ପ୍ରଶଂସାମୟ
( ମୁକେଶ ପ୍ରଧାନ (ରା.ଉଦୟଗିରି ,ଗଜପତି)

You may have missed