ସୋମନାଥ ସ୍ୱାଭିମାନ ପର୍ବ ପାଳନ କଲେ ଛତ୍ରପୁର ବିଧାୟକ ଓ କର୍ମୀ

ଛତ୍ରପୁର ତା ୧୦/୧/୨୬(ଅରୁଣ କୁମାର ପଣ୍ଡା )ଗୁଜରାଟ ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପି ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଉଛି. ..ଏହି ପରିପ୍ରେକ୍ଷୀରେ ଛତ୍ରପୁର ସ୍ଥିତ ଗୌରୀ ଶଙ୍କର ମନ୍ଦିର ଠାରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ମନ୍ଦିରରେ ପୂଜାର୍ଚନା କରାଯିବା ସହ ଦୀପ ପ୍ରଜ୍ଜଳନ କରି ଏହି ପର୍ବ ପାଳନ କରାଯାଇଥିଲା ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ସମୃଦ୍ଧ କରିବା ପାଇଁ ଏବଂସୋମନାଥ ମନ୍ଦିରର ଇତିହାସକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପ୍ରୟାସକୁ ସାମୁହିକ ଭାବେ ପାଳନ କରିବାକୁ ବିଧାୟକ ଆହ୍ୱାନ ଦେଇଥିଲେ ଏହି ଅବସରରେ ବିଜେପି ଜିଲ୍ଲା ସମ୍ପାଦକ ଏନ ଦୁର୍ଯ୍ୟୋଧନ ରେଡି,ବିଜେପି ବରିଷ୍ଠ ନେତା ପ୍ରଦୀପ ପାଢ଼ୀ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ,ବସନ୍ତ ବେହେରା,ସଂଜିତ ରାଉଳ,ବନୋଜ ନାହାକ,ସୁରେଶ ରେଡି,ବାପି ଦାସ,ଭଗବାନ ନାହାକଙ୍କ ସମେତ ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ
