March 10, 2026

ମଙ୍ଗଳପୁର ବାବା ମୁକ୍ତେଶ୍ଵର ହେଣ୍ଡବଲ ଟୁର୍ନାମେଣ୍ଟ ଉଦଘାଟିତ

IMG-20260110-WA0109
Share

 

 

ବେଲଗୁଣ୍ଠା, ୧୦/୦୧, ବେଲଗୁଣ୍ଠା ବ୍ଲକ ମଙ୍ଗଳପୁର ସ୍ଥିତ ବାବା ମୁକ୍ତେଶ୍ଵର ଯୁବକ ସଂଘ ଆନୁକୂଲ୍ୟରେ ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ଠାରୁ ଏକ ଆଞ୍ଚଳିକ ହେଣ୍ଡ ବଲ ଟୁନ୍ନାମେଣ୍ଟ ୧୨ଟି ଦଳକୁ ନେଇ ଉଦଘାଟିତ ହୋଇଯାଇଛି l ଏଥିରେ ଉଦ୍ଘାଟକ ଭାବେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ ଯୋଗ ଦେଇଥିଵା ବେଳେ ସଂମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଶୋଇ, ବଡ଼ବୋରସିଙ୍ଗ ସରପଞ୍ଚ ଏସ ରାମେଶ୍ୱର ପାତ୍ର. ମଙ୍ଗଳପୁର ସମିତି ସଭ୍ୟା ରୁନିବାଳା ମଲିକ. ଉଢରା ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ, ସରପଞ୍ଚ ପ୍ରତିନିଧି ଜ୍ୟୋତିରଞ୍ଜନ ନାୟକ, ଯୁବ ସମାଜସେବୀ ତଥା ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ପ୍ରତିଷ୍ଠାତା ମାଧବ ଚନ୍ଦ୍ର ଆପଟ ପ୍ରମୁଖ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉଚ୍ଚାହିତ କରିଥିଲେ l ଅଞ୍ଚଳ ରେ ଏହିପରି ପ୍ରୟାସ ଜାରିରହିଲେ ଭାଇଚାରା ସୁଦୃଢ ହେବାସହ ସୁନ୍ଦର ସ୍ୱାସ୍ଥ୍ୟ ସୁନ୍ଦର ଶରୀର ଗଠନ ରେ ସହାୟକ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଭୋଳ ଉପସ୍ଥିତ କ୍ରୀଡ଼ାପ୍ରେମୀଙ୍କୁ ଉଦବୋଧନ ଦେଇଥିଲେ l ରେଫେରି ଭାବେ ଗୋବର୍ଦ୍ଧନ ଆପଟ ଖେଳ ପରିଚାଳନା କରିଥିଲେ l ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ. ପିତାମ୍ବର ଆପଟ ମଞ୍ଚ ପରିଚାଳନା କରିଥିବା ବେଳେ ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତି ରେ ଫାଇନାଲ ମେଚ ହେବବୋଲି କମିଟି ସୂତ୍ରରୁ ଜଣାପଡିଛି l ବିଜେତାକୁ ୪୫୫୧ ଟଙ୍କା ଓ ଟ୍ରଫି ରନର ଙ୍କୁ ୩୫୫୧ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ଓ ଅନ୍ୟ ଉତ୍ତମ ଖେଳାଳି ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି lବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ