June 27, 2026

ଗଜପତି ଜିଲ୍ଲା ରାଷ୍ଟ୍ରୀୟ ମଜୁଦୂର୍ କଂଗେସ (ଆଇ.ଏନ୍.ଟି.ୟୁ.ସି) ଜିଲ୍ଲା ସଭାପତି ହେଲେ ଶ୍ରମିକ ନେତା ସୁକାନ୍ତ କୁମାର ପଣ୍ଡା 

IMG-20260110-WA0126
Share

 

ପାରଳାଖେମୁଣ୍ଡି:୧୦/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଜଣେ ଦକ୍ଷ ଶ୍ରମିକ ସଂଗଠକ ତଥା ପାରଳାଖେମୁଣ୍ଡି ଟିପିଏସଓଡିଏଲ ରେ କାର୍ଯ୍ୟରତ ଶ୍ରୀ ସୁକାନ୍ତ କୁମାର ପଣ୍ଡା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି)ର ଗଜପତି ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ଏନେଇ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଆଜି ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ଜିଲ୍ଲା କମିଟିର ନାଁ ସୁପାରିସ କରି ପଠାଇବାକୁ ଶ୍ରୀ ସୁକାନ୍ତ କୁମାର ପଣ୍ଡାଙ୍କୁ ନିର୍ଦ୍ଦେଶ ଆସିଛି। ସୂଚନାଯୋଗ୍ୟ ଯେ ଶ୍ରୀ ସୁକାନ୍ତ କୁମାର ପଣ୍ଡା ଟିପିଏସଓଡିଏଲ (ଟାଟା ପାୱାର)ର ଗଜପତି ଡିଭିଜନାଲ ସେକ୍ରେଟାରୀ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ସହ ଶ୍ରମିକ କର୍ମଚାରୀଙ୍କ ନାର୍ଯ୍ୟ ଦାବି ହାସଲ ନିମନ୍ତେ ଲଢେଇ ଜାରି ରଖିଛନ୍ତି। ଶ୍ରୀ ପଣ୍ଡା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଗଜପତି ଜିଲ୍ଲା ସଭାପତି ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।