May 11, 2026

କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ନାଭିକୀୟ ଶକ୍ତିର ଉପାଦେୟତା କର୍ମଶାଳା 

IMG-20250110-WA0013
Share

 

 

ବେଲଗୁଣ୍ଠା,୧୦/୦୧,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ନାଭିକୀୟ ଶକ୍ତିର ଉପାଦେୟତା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପଦାର୍ଥ ବିଜ୍ଞାନ ବିଭାଗୀୟ ଅଧ୍ୟାପକ ଡ.ଗିରିଧାରୀ ନାୟକ ପରିଚାଳନା କରିବା ସହିତ ଅଧ୍ୟୟନ ଏବଂ ଦୃଢ଼ ବିଶ୍ୱାସ ବଳରେ ହିଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସମ୍ଭବ ବୋଲି ଛାତ୍ରଛାତ୍ରୀଙ୍କୁ ପରମର୍ଶ ଦେଇଥିଲେ I ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟର ଅନୁସନ୍ଧିତ୍ସୁ ବିଦ୍ୱାନ୍ ମଧୁଛନ୍ଦା ସ୍ୱାଇଁ ନାଭିକୀୟ ଶକ୍ତିର ଉପାଦେୟତା ସମ୍ପର୍କରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ I ଅଧ୍ୟାପକ ଅମୂଲ୍ୟ କୁମାର ପଣ୍ଡା, ଡଃ. ରବି ନାରାୟଣ ପାତ୍ର, ଅନୀତା ତ୍ରିପାଠି, ଏବଂ ଗଙ୍ଗାଧର ରଣାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଛାତ୍ର ତପୁ ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ