ଧର୍ମ ପରାୟଣା ମହିଳାଙ୍କ ପରଲୋକ
ବୁଗୁଡା : ତା ୧୦/୦୧/୨୫ : ସ୍ଥାନୀୟ ଅମିତ୍ ନଗର ନିବାସୀ ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକଙ୍କ ମାତା ସାରିଆମଣୀ ପଟ୍ଟନାୟକ(୮୨)ଙ୍କ ଦେହାନ୍ତ ଆଜି ପୂର୍ବାହ୍ନରେ ହୋଇଯାଇଛି। ଦୀର୍ଘ ଦିନ ଧରି ସେ ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲେ। ତାଙ୍କର ମୃତ୍ଯୁ ଶଯ୍ୟା ନିକଟରେ ତିନି ପୁଅଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ରହିଥିଲେ । ସାହି ବାସିନ୍ଦା ତାଙ୍କର ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସେ ଜଣେ ସରଳ, ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ସ୍ଥାନୀୟ ବଡଶଙ୍ଖସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।
