ଉମରକୋଟ ରେ ମହୁ ମାଛି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଗଲେ ଶିଶୁ ମନ୍ଦିରର କର୍ମଚାରୀ ଓ ଛାତ୍ର ଛାତ୍ରୀ, ଆକ୍ରମଣରେ ଜଣେ ଗୁରୁମା ସାମାନ୍ୟ ଆହତ……….
ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଆଜି ଏକ ବିରାଟ ବଡ ମହୁ ମାଛି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଗଲେ ଉମରକୋଟ ସରସ୍ଵତୀ ଶିଶୁ ମନ୍ଦିରର ଗୁରୁମ।,ଗୁରୁଜୀ ଓ ଛାତ୍ର ଛାତ୍ରୀ ମାନେ। ଦୀର୍ଘ ଦିନ ଧରି ସ୍କୁଲର କାନ୍ତ ରେ ମହୁମାଛି ମାନେ ଏକ ବିରାଟ ବଡ ମହୁ ଫେଣା ତିଆରି କରିଥିଲେ। ତେବେ ଆଜି ଦଶହରା ଛୁଟି ପରେ ସ୍କୁଲ ଖୋଲିବା ଯୋଗୁ ଛାତ୍ର ଛାତ୍ରୀ ଗୁରୂମା ଗୁରୁଜୀ ସ୍କୁଲରେ ପହଁଚି ଯାଇ ଥିଲେ।ଏହି ସମୟରେ ଦଳେ ମହୁମାଛି ଜଣେ ଗୁରୂମ।ଙ୍କୁ ଆକ୍ରମଣ କରିଥିଲେ। ସେ ଜୀବନ ବିକଳରେ ଦୌଡ଼ି ଦୌଡ଼ି ଗୋଟାଏ କ୍ଲାସ ରୁମ ଭିତରେ ପଶି ଯାଇଥିଲେ ହେଁ ମହୁ ମାଛି ଆକ୍ରମଣ ରେ ସାମାନ୍ୟ ଆହତ ହେଇ ଯାଇଥିଲେ। ତେବେ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ତୁରନ୍ତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଟିକେ ଦୂରରେ ଥିବା କ୍ଲାସ ରୁମକୁ ନେଇ ଯାଇ କୋଠରୀ ଭିତରେ ବନ୍ଦ କରି ଦେଇ ଥିଲେ।ପ୍ରଧାନ ଶିକ୍ଷକ ଉମରକୋଟ ଅଗ୍ନି ଶ୍ରମ ଅଧିକାରୀ ଭାଗିରଥି ବାଣୁଆ ଙ୍କୁ ମୋବାଇଲ ଯୋଗେ ଜଣାଇବା ସାଙ୍ଗେ ସାଙ୍ଗେ ସାଙ୍ଗେ ଅଗ୍ନିଶ୍ରମ ଅଧିକାରୀ ଭାଗିରଥି ବ।ଣୁଆ, ଅଗ୍ନି ଯୋଦ୍ଧା ବିକ୍ରମ ସାମନ୍ତରାୟ, ଦଶରଥ ସାହୁ,ଧର୍ମେନ୍ଦ୍ର ସ।ହା, ଯଦୁମଣି କୁକ୍ ,ଟଙ୍କ ସୁନା ଓ ଯଦୁମଣି ବାଦି ଘଟଣା ସ୍ଥଳରେ ପହଞ୍ଚି କିଟ୍ ବ୍ୟବହାର କରି ମହୁ ଫେଣାକୁ ନିଆଁରେ ପୋଡି ଦେଇ ଥିଲେ। ଫଳରେ ଆଜି ଉମରକୋଟ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲରେ ମହୁ ମାଛି ଆକ୍ରମଣରୁ ଅଳ୍ପକେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଳ୍ପକେ ବର୍ତ୍ତି ଗଲେ।
