ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ସେମରଡ଼ିହି ଜଙ୍ଗଲ ରୁ ମୃତ ଚିତବାଘ ଉଦ୍ଧାର……..
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ରାଇଘର ବ୍ଲକ କୁନ୍ଦେଇ ବନବିଭାଗ ଅଧୀନରେ ଥିବା ସେମାରଡ଼ିହି ଜଙ୍ଗରେ ଦେଖିବାକୁ ମିଳିଥିଲା ଏକ ମରି ପଡି ଥିବା ଚିତାବାଘ,ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଥିଲେ କିଛି ଗଣ ମାଧ୍ୟ୍ୟମ ପ୍ରତିନିଧି କିନ୍ତୁ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଘଟଣା ସ୍ଥଳକୁ ଯିବାକୁ ବାରଣ କରିଥିଲା କୁନ୍ଦେଇ ବନ ବିଭାଗ, ଏହା ପରେ ଡି.ଏଫ.ଓ. ଘଟଣା ସ୍ଥଳରେ ପହଂଚିବାର ଅଧ ଘଣ୍ଟା ପରେ ଅନୁମତି ମିଳିଥିଲା ଗଣମାଧ୍ୟମ ପ୍ରତିନିଧି ଙ୍କୁ ଏଭଳି ଆଚାରଣ କୁ ଦେଖି ଅଞ୍ଚଳବାସି କେଁଉ କାରଣରୁ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଘଟଣା ସ୍ଥଳକୁ ଯିବାକୁ ବାରଣ କରିବା ସହ ବାଘ ମରିବାର ପ୍ରକୁତ ତଥ୍ୟ ବନ ବିଭାଗ ଲୁଚାଉଥିବା ଅଂଚଳରେ ଆଲୋଚନା ହେଉଛି,ଏହି ବିଷୟରେ ଡି.ଏଫ.ଓ. ଶୁଭେନ୍ଦୁ ବେହେରା ଙ୍କୁ ପଚାରିବାରୁ ବାଘ ବ୍ୟବଛେଦ ପରେ ମୃତ୍ୟୁ ର ପ୍ରକୁତ କାରଣ ଜଣାପଡିବ, ହାତୀଗା ଜଙ୍ଗଲ ରେ କୌଣସି ବାଘ ନ ଥିବାବେଳେ ଏହି ବାଘ ଛତ୍ତିଶଗଡ଼ ର ସୀତା ନଦୀ ଅଞ୍ଚଳରୁ ଆସିଥିବା ଜଣା ପଡିଛି।
