March 7, 2026

ସମ୍ବଲପୁର ମହାନଦୀର ବଦଳିବ ରୂପ: ଝଟକିବ ସାବରମତୀର ବିକଶିତ ସୌନ୍ଦର୍ଯ୍ୟ

IMG-20240909-WA0014
Share

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ): ସମ୍ବଲପୁର ମହାନଦୀର ବଦଳିବ ରୂପ l ସାବରମତୀର ବିକଶିତ ସୌନ୍ଦର୍ଯ୍ୟ ଓ ଉନ୍ନୟନ ପ୍ରକଳ୍ପ ଭଳି ଝଟକିବ l ସମ୍ବଲପୁର ଅଯୋଧ୍ୟା ସରୋବର ହାଟପଡା ଘାଟ ଠାରେ ସମ୍ୱଲପୁରର ମହାନଦୀ କୂଳବର୍ତ୍ତୀ ଅଞ୍ଚଳକୁ ‘ରିଭରଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଯୋଜନାରେ ବିକଶିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ନୁଆଁଖାଇ ଦିନ ମହାନଦୀ କୂଳରେ ପହଞ୍ଚି ଏହାର ଜାଗା ଦେଖି ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସାରଗର୍ଭକ ଆଲୋଚନା କରିଛନ୍ତି।ସମ୍ବଲପୁର ମହାନଦୀକୁ ସାବରମତୀ ନଦୀର ଉନ୍ନୟନ ଭଳି ନଦୀ ସମ୍ମୁଖ ଉନ୍ନୟନ ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି l

 

ସୂଚନା ମତେ ଉଭୟ ପାର୍ଶ୍ୱରେ ମହାନଦୀର ୬ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ରହିବ l ମନୋରମ ଉଦ୍ୟାନ ମଧ୍ୟ ହେବ l ଏଠାରେ ସୂଚନା ଯୋଗ୍ୟଯେ, ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବଜେଟରେ ପ୍ରକଳ୍ପ ପାଇଁ ଅର୍ଥ ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି ପ୍ରକଳ୍ପ ପାଇଁ ୯ ଶହ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ସହଜରେ ପାଣି ପଶିବ ଓ ଓଡିଶା ଚାଷୀ ଓ ଓଡିଶା ବିକାଶରେ ଏହା ବେଶ ସହାୟକ ହେବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀ କହି ସମ୍ବଲପୁରର ଗୌରବ ପାଇଁ ବିଶେଷକରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ମୋ ପାଇଁ ଖୁସିର ଦିନ ବୋଲି ସେ ବର୍ଣ୍ଣନା କରିଥିଲେ l