April 29, 2026

ଶୋକାକୁଳ ପରିବେଶ ମଧ୍ୟରେ ମାଙ୍କଡ଼ର ଶେଷକୃତ୍ୟ ସମ୍ପନ୍ନ କଲେ ରେମୁଣା ର ଜୁଣୁଦା ଗ୍ରାମବାସୀ 

IMG-20250809-WA0003
Share

ବାଲେଶ୍ଵର: ଗଛର ଏ ଡାଳରୁ ସେ ଡାଳ ଡେଇଁ ଖୁସି ହେଉଥିଲା। ପିଲା ଠାରୁ ବୁଢ଼ା ଯାଏ ସମସ୍ତଙ୍କର ପ୍ରିୟ ସାଜିଯାଇଥିଲା। ମାଙ୍କଡ଼ ହେଲେ ବି ସେ ମଣିଷଙ୍କ ଗହଣରେ ରହି ଏତେ ଆପଣାର ହୋଇଯାଇଥିଲା ଯେ ତାକୁ ଦିନଟିଏ ନ ଦେଖିଲେ ଗାଁ ଲୋକ ସତେ ଯେମିତି ତାକୁ ଅନାଇ ବସୁଥିଲେ। ଗଛ ଡାଳରେ ତାର ଖେଳକୁଦ ଦେଖିବାକୁ ନ ପାଇ ଗାଁ ଲୋକଙ୍କ ମନରେ ଭରି ଯାଉଥିଲା ଦୁଃଖ। ହେଲେ ଏମିତି ଏକ ସମୟ ଆସିବ କିଏ ଜାଣିଥିଲା, ଯେଉଁ ମାଙ୍କଡ ପୁଅ ଭଳି ସ୍ନେହ ପାଇ ରହିଥିଲା ସେ ଆଜି ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି। ସତେ ଯେମିତି ଗାଁ ମାଟିର କୋଳଶୁନ୍ୟ ହୋଇଯାଇଛି। କାହିଁକି ନା ଯେଉଁ ମାଙ୍କଡ ସମସ୍ତଙ୍କର ନିଜର ହୋଇଯାଇଥିଲା ଆଜି ତାର ମୃତ୍ୟୁ ହୋଇଯାଇଛି। ସ୍ନେହରେ ସମସ୍ତେ ମାଙ୍କଡ଼କୁ ରାମୁ ବୋଲି ଡାକୁଥିଲେ। ହେଲେ ସେହି ରାମୁର ଆଜି କୁକୁର କାମୁଡ଼ାରେ ମୃତ୍ୟୁ ହୋଇଯାଇଛି। ଗାଁ ସାରା ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସମସ୍ତଙ୍କ ଆଖିରେ ଜକେଇ ଆସିଛି ଲୁହ। ମାଙ୍କଡ଼ର ମୃତ୍ୟୁ ପରେ ଗାଁ ଲୋକ କରିଛନ୍ତି ଅନ୍ତିମ ସତ୍କାର। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଜୁଣୁଦା ଗ୍ରାମରେ। ପ୍ରାୟ ତିନିବର୍ଷ ଧରି ମାଙ୍କଡ଼ଟି ଗାଁକୁ ଆସୁଥିଲା। ଯିଏ ଯାହା ଦେଉଥିଲା ଖାଉଥିଲା, ସମସ୍ତଙ୍କ ସହ ଖେଳୁଥିଲା। କିଏ ବିସ୍କୁଟ ଦେଲେ ଖାଇଦେଉଥିଲା ତ ପୁଣି କିଏ ପରିବା ଦେଲେ ବି ଖାଇ ଦେଉଥିଲା। ଏ ବାଡ଼ିରୁ ସେ ବାଡ଼ି, ଏ ଘରରୁ ସେ ଘର ବୁଲି ବୁଲି ମାଙ୍କଡଟି ସାଉଁଟୁଥିଲା ସ୍ନେହ ମମତା। ହେଲେ ହଠାତ ବୁଧବାର ମାଙ୍କଡ଼କୁ କୁକୁର କାମୁଡି ଦେବା ଯୋଗୁଁ ତା ର ମୃତ୍ୟୁ ହୋଇଯାଇଥିଲା। ମଙ୍କଡ଼ର ମୃତ୍ୟୁ ଯୋଗୁଁ ଗାଁ ସାରା ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା। ପରେ ଗାଁ ଲୋକମାନେ ମିଶି ସଂକୀର୍ତ୍ତନ କରି ମାଙ୍କଡ ପାଇଁ ବାନ୍ଧିଥିଲେ କୋକେଇ। ହରିନାମ ସଂକୀର୍ତ୍ତନରେ କୋକେଇ କାନ୍ଧେଇ ଗାଁ ଲୋକେ ମଶାଣିକୁ ନେଇଥିଲେ। ହିନ୍ଦୁ ଧର୍ମର ସମସ୍ତ ରୀତିନୀତି ଅନୁସାରେ ମାଙ୍କଡର କରାଯାଇଥିଲା ଶେଷ କୃତ୍ୟ ସମ୍ପନ୍ନ। ଖାଲି ସେତିକି ନୁହେଁ ଗାଁ ଲୋକ ମିଶି ମାଙ୍କଡର କରିବେ ସମସ୍ତ କର୍ମ ସମ୍ପନ୍ନ। ଏକ ମାଙ୍କଡର ମଣିଷ ସହ ଏମିତି ସ୍ନେହର ବନ୍ଧନ ଯାହା ସତରେ ଅତୁଳନୀୟ।

You may have missed