April 29, 2026

ନାବାଳିକା ଝିଆରୀକୁ ଗର୍ଭବତୀ କରି ବନ୍ଧା ହେଲେ ପିଉସା…

IMG-20250809-WA0004
Share

 

 

ବାଲେଶ୍ୱର(ଶେଖ୍ ନାଜିମ୍)ବାଲେଶ୍ବରରେ ଏକ ଲଜ୍ଜାଜନକ ଘଟଣା ଘଟିଛି।୧୩ ବର୍ଷୀୟା ନାବାଳିକା ଝିଆରୀଙ୍କୁ ଗର୍ଭବତୀ କରିଛନ୍ତି ସମ୍ପର୍କୀୟ ପିଉସା।ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଘଟିଛି ଏଭଳି ଘଟଣା।ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଲେ ପୀଡ଼ିତାଙ୍କ ପରିବାର ଲୋକେ।ଖବର ପାଇ ଘଟଣାସ୍ଥଳରେ ସିଂଲା ଥାନା ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ ଉକ୍ତ ନାବାଳିକା ଝିଆରୀଙ୍କୁ ତାଙ୍କର ସମ୍ପର୍କୀୟ ପିଉସା ଅଦୈତ ମଣ୍ତଳ ମାଙ୍କଡ଼ ଘଉଡାଇବା ବାହାନାରେ ପୂର୍ବରୁ ବାରମ୍ବାର ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଏକଥା କାହା ଆଗରେ କହିଲେ ଜୀବନରୁ ମାରି ଦେବାର ଧମକ ଦେଉଥିଲେ ଅଭିଯୁକ୍ତ।ଝିଅର ଶରୀର ଅସୁସ୍ଥ ହେବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା।ପରେ ପୀଡିତାଙ୍କ ପରିବାର ନାବାଳିକାର ଡାକ୍ତରୀ ପରୀକ୍ଷା କରିବା ପରେ ଝିଅ ଗର୍ଭବତୀ ଥିବା ଜଣାପଡିଥିଲା l ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

You may have missed