April 28, 2026

ଖାରିଆ ଶିବ ମନ୍ଦିର ପରିସରରେ ଚାରା ରୋପଣ..

IMG-20250809-WA0001
Share

 

 

ଚିକିଟି(ଶୁଭଶ୍ରୀ ପ୍ରଧାନ)

ପାତ୍ରପୁର ବ୍ଳକ ସାମନ୍ତରାପୁର ପଞ୍ଚାୟତ ଖାରିଆ ଶିବ ମନ୍ଦିର ନିକଟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଯୋଗ ଦେଇ ଔଷଧୀୟ ବୃକ୍ଷ ସଙ୍ଗେ ଅନ୍ୟ ବୃକ୍ଷ ରୋପଣ କରିବା ସହ ପାଣିପାଗ ପରିବର୍ତ୍ତନକୁ ଦେଖି ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବାକୁ ନିବେଦନ କରିଥିଲେ।ବୃକ୍ଷରୋପଣରେ ବେଲ,ଅଶ୍ୱତଥ, କଦମ୍ବ ପ୍ରଭୁତି କିସମ ର ବୃକ୍ଷ ରୋପଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ସ୍ଥାନୀୟ ଫରେଷ୍ଟର ଅବିନାଶ ଚୌଧୁରୀ,ରବୀନ୍ଦ୍ର କୁମାର ଦ୍ୟାନ ସାମନ୍ତରା,ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ,ଜଙ୍ଗଲ ବିଭାଗ କର୍ମଚାରୀ ସମେତ ଅଞ୍ଚଳ ର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।କ୍ରମାଗତ ଭାବେ ଶ୍ରୀ ସାମନ୍ତରା ଚାରା ରୋପଣ କାର୍ଯ୍ୟକ୍ରମକୁ ଜାରି ରଖି ଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।