ajiro khabar
Share

 

୧-ଆଜି ରାକ୍ଷୀ ପୂର୍ଣ୍ଣିମା,ସୂତା ଖିଅରେ ଅତୁଟ ସମ୍ପର୍କ, ରାକ୍ଷୀ ଓ ଉପହାର ଦୋକାନରେ ଜମୁଛି ଭିଡ଼।

 

୨-ନୁଆ ଦିଲ୍ଲୀ:’ମେରିଟ୍’ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ,୨୭୫ ବୈଷୟିକ ଶିକ୍ଷାନୁଷ୍ଠାନରେ ବହୁବିଷୟକ ଶିକ୍ଷା ଓ ଗବେଷଣାରେ ହେବ ଉନ୍ନତି।

 

୩-ଭୁବନେଶ୍ୱର:କ୍ୟାପିଟାଲ ହସ୍ପିଟାଲ ହେବ ମେଡିକାଲ କଲେଜ, ରାଜ୍ୟରେ ୫ ବର୍ଷରେ ୧୭ ହଜାର ଶଯ୍ୟା ବଢ଼ିବ।

 

୪-ଭୁବନେଶ୍ୱର:ପୂରଣ ହେବ ୧୩୫୦ OISF କନେଷ୍ଟବଳ ପଦ,DG ଓ IGଙ୍କୁ ଗୃହ ବିଭାଗର ଚିଠି।

 

୫-ଆଜି ଜୟପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ,ବାଣ୍ଟିବେ ସୁଭଦ୍ରା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି।

 

୬-ଭୁବନେଶ୍ୱର:ଶୋଭା ପାଇଲେଣି ଖୁଦୁରୁକୁଣୀ ମୂର୍ତ୍ତି, ଆସନ୍ତାକାଲି ପ୍ରଥମ ପାଳି ଓଷା।

 

୭-ଭୁବନେଶ୍ୱର:ରାଜନୀତିର ଚକ୍ରବ୍ୟୁହରେ ଅଣନିଃଶ୍ୱାସୀ ପ୍ରଶାସନିକ ବ୍ୟବସ୍ଥା, ପିଛା ଛାଡୁନି ଆନ୍ଦୋଳନ,ବିକ୍ଷୋଭ ଓ ହରତାଳ।

 

୮-ଭୁବନେଶ୍ୱର:ବୈଷୟିକ ଶିକ୍ଷା ମୁହାଁ ପିଲା, ଜୁନିୟର କଲେଜରେ ଦେଢ଼ ଲକ୍ଷରୁ ଅଧିକ ସିଟ୍ ଫାଙ୍କା।ନିଯୁକ୍ତି ଉପଯୋଗୀ ପରିବେଶ ପାଇଁ ଅଧିକ ଟେକ୍ନିକାଲ୍ ସିଟ୍ ଖୋଲାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି ଶିକ୍ଷାବିତ୍।

 

୯-ଭୁବନେଶ୍ୱର:ନେଟୱର୍କ ପାଉନି ବୋଲି, ଦହଗଞ୍ଜ ଓଡ଼ିଶାର ୧୯୦୦ ଗାଁ ଲୋକ।

 

୧୦-ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ମାମଲାରେ ସାମ୍ନାକୁ ଆସିଲା ନୂଆ ମୋଡ, ସନ୍ଦେହ ବଢ଼ାଇଲା ଅଭିଯୁକ୍ତ ଯୁବକଙ୍କ ବାପା-ମାଙ୍କ ବୟାନ, କ୍ରାଇମସ୍ପଟରେ ସାଇଣ୍ଟିଫିକ୍ ଓ ଫରେନସିକ୍ ଟିମର ଛାନଭିନ।

 

୧୧-ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍, Odisha Legislative ASSEMBLY ଉଦଘାଟିତ।ଏଥିରେ ବିଧାନସଭାର ସମସ୍ତ ସଦସ୍ୟଙ୍କ ତଥ୍ୟ ଉପଲବ୍ଧ ରହିବ ।

 

୧୨-ଭୁବନେଶ୍ୱର:୧୨ଶହ ମହାବିଦ୍ୟାଳୟରେ ନାହାଁନ୍ତି ସ୍ଥାୟୀ ଅଧ୍ୟକ୍ଷ, ଭାର ପ୍ରାପ୍ତ ଅଧକ୍ଷ ଦାୟିତ୍ଵରେ ୫୦ ପ୍ରଧ୍ୟାପକ ।

 

୧୩-ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ବିବାଦ, ବାପା ସପକ୍ଷରେ ବାହାରିଲେ ୧୨ ବର୍ଷର ପୁଅ, ବାପାଙ୍କୁ ଗିରଫ କଲେ, ସେ ବିଷ ପିଇ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେବେ।

 

୧୪-ପଶ୍ଚିମ ଓଡ଼ିଶାରେ ବଡ଼ ପାୱାର ଶୋ’ କରିବ ବିଜେଡି, ୧୮ରେ ବରଗଡରେ ହେବ ବିରାଟ ଚାଷୀ ସମାବେଶ।

 

୧୫-ସମ୍ବଲପୁର,ସୁନାପାଲି:ଘର ଭିତରେ ଚାଲିଥିଲା ଗୋ ହତ୍ୟା,୯ ଗିରଫ, ଗୋମାଂସ ଜବତ।

 

୧୬-ବାଲେଶ୍ଵର:ପ୍ରେମ କରି ନାବାଳିକାକୁ ବିବାହ ପରେ ନିର୍ଯାତନା ଦେଇଥିବାର ଅଭିଯୋଗ ହେବାପରେ ନିଲମ୍ବିତ ହୋଇଛନ୍ତି ପୁଲିସ ଏସ୍‍ଆଇ ଅମିତ ପାଢୀ।

 

୧୭-କେନ୍ଦୁଝର:୪ଟି ହାତୀଦାନ୍ତ ଜବତ, ୫ ଜଣଙ୍କୁ ଗିରଫ କଲା କେନ୍ଦୁଝର ବନ ବିଭାଗ।

 

୧୮-ସଲମାନ ସହ କାମ କଲେ ମରିବ; କପିଲଙ୍କ କାଫେ ଉପରେ ଆକ୍ରମଣ ପରେ ଲରେନ୍ସ ଦେଲା ଧମକ।

 

୧୯-ଗଙ୍ଗା-ଯମୁନାର ଯାତନା: ପ୍ରୟାଗରାଜରେ ୭୦ ହଜାର ଲୋକ ବାସହୀନ, ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ।

 

୨୦-ନୁଆ ଦିଲ୍ଲୀ:ବୈଦ୍ୟୁତିକ ଯାନ କ୍ରୟରେ ୨୦୨୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମିଳିବ ସବସିଡି।

 

୨୧-ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ, ସିଲେକ୍ଟ କମିଟି ଆଧାରରେ ଆସିବ ନୂଆ ବିଲ୍।

 

୨୨-ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ପୋଲିସ ଖେଳପଡ଼ିଆରୁ ହାଇଦରଙ୍କୁ ଟେକିନେଲା।

 

🙏 *ସୁପ୍ରଭାତ* 🙏