ଉପାନ୍ତ ଖବର” କାଗଜର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ.

Share

 

 

 

କାଶୀନଗର ବଂଶଧାରା ପାଠାଗାର ଠାରେ ଏକ ପାକ୍ଷିକ ଖବର କାଗଜ ଯାହାର ନାମ “ଉପାନ୍ତ ଖବର” ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଛି. ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବାରଣାସୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯେ, ଏକାଧାରରେ ଜଣେ ଲେଖକ, ସାହିତ୍ୟିକ ଓ ଗାଳ୍ପିକ ତାଙ୍କ କରକୋମଳରେ ଏହି ଖବର କାଗଜ ଉନ୍ମୋଚନ ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ବଂଶଧାରା ପାଠାଗାର ସଭାପତି ହୃଷିକେଶ ଗୌଡ଼, ବରିଷ୍ଠ ନାଗରିକ ସୁବାସ ବିଶ୍ବସରାୟ, ଅମନ ବାବୁ ଓ ପ୍ରଶାନ୍ତ କୁମାର ମିଶ୍ର (ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ) ଉପସ୍ଥିତ ରହି ବର୍ତମାନ ସାମ୍ବାଦିକତା ତଥା ସମ୍ବାଦ ପରିବେଷଣ କ୍ଷେତ୍ରରେ ଏକ ପରିବର୍ତନ ଆସିଥିବା ସତ୍ୱେ ବିଭିନ୍ନ ସମ୍ବାଦ ପତ୍ର ମାନେ ନିଜ ନିଜ ସ୍ଥିତି ବଜାୟ ରଖି ସମ୍ବାଦ ପରିବେଷଣ କରୁଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ . ମଂଚାସୀନ ଅତିଥି ମାନେ ନିର୍ଭିକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ପ୍ରେରଣା ଦେଇଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ.