ଜିଲ୍ଲା ସ୍ବାସ୍ଥ୍ୟ ସମିିକ୍ଷା ବୈଠକ ଅନୁଷ୍ଠିତ
*ଜିଲ୍ଲା ସ୍ବାସ୍ଥ୍ୟ ସମିିକ୍ଷା ବୈଠକ ଅନୁଷ୍ଠିତ*
ପାରଳାଖେମୁଣ୍ଡି, ତା.୦୯.୦୮.୨୦୨୩
ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିିକ୍ଷା ବୈଠକ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ ଯୋଗଦେଇଥିଲ । ଜିଲ୍ଲାପାଳ ଜଣାଇଥିଲେ ଯେ, ଜିଲ୍ଲାର ପ୍ରତିଟି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯେଭଳି ଠିକ୍ ରହିବ ସେ ଦିଗରେ ସମସ୍ତ ବିଭାଗର ଗୁରୁ ଦାୟିତ୍ବ ରହିଛି । ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣି ଯେପରି ସୁନାମ ଅର୍ଜନ କରିବ ସେ ଦିଗରେ ସଂପୃକ୍ତ ବିଭାଗର ତତ୍ପରତା ପ୍ରକାଶ କରିବା ଆବଶ୍ୟକ ।
ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ସ୍ବାସ୍ଥ୍ୟ ଜନିତ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଯକ୍ଷ୍ମାରୋଗର ଲକ୍ଷଣ ପୂର୍ବରୁ ଚିହ୍ନଟ କରାଯାଇ ଅନେକ ଲୋକଙ୍କୁ ଚିକିତ୍ସା ଦିଆଯାଇ ପାରୁଛି । ଜିଲ୍ଲାରେ ପରିବାର ନିୟୋଜନ କାର୍ଯ୍ୟକୁ ପରିଚାଳନା କରିବା ଦିଗରେ କାର୍ଯ୍ୟଭାର ଗ୍ରହଣ କରିଥିବା ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ରୋଗୀ କଲ୍ୟାଣ ସମିତି ଦ୍ବାରା କରାଯାଉଥିବା କାର୍ଯ୍ୟାବଳୀ, ଖର୍ଚ୍ଚ,ସାମଗ୍ରୀ ଓ ସରଞ୍ଜାମ କ୍ରୟ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଓ ରାଜ୍ୟ ଯୋଜନା ଅନ୍ତର୍ଗତ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଯାଇଛି । ଜିଲ୍ଲାରେ ଚିକିତ୍ସାଳୟର ଆବଶ୍ୟକତାକୁ ଲକ୍ଷ୍ୟକରି ଚିକିତ୍ସାଳୟ ନିର୍ମାଣ ଏବଂ ଏହାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ଚାଲୁଥିବା କୋଠାଗୃହର ନିର୍ମାଣ କାର୍ଯ୍ୟ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା । ଜିଲ୍ଲା ବାସୀଙ୍କର ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବା ନେଇ ସେମାନଙ୍କ ଅତି ନିକଟରେ ଚିକିତ୍ସା ସୁବିଧା ହାସଲ ହୋଇପାରିବ ବୋଲି ମତ ରଖାଯାଇଥିଲା । ଆଜିର ଏହି ବୈଠକରେ ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକର ୮୫ କାୟାକଳ୍ପକୁ ସମ୍ବର୍ଦ୍ଧନା କରଯାଇଥିଲା। ସେଥିମଧ୍ୟରୁ ଗୋସାଣୀ ବ୍ଲକର ଲାବଣ୍ୟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଓ କେରାଣ୍ଡି ସ୍ବାସ୍ଥ୍ୟ ସେବା କେନ୍ଦ୍ରକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଛେଳିଗଡ ଓ ଟୁମନ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୁରସ୍କୃତ କରାଯାଇଛି।
ଆଜିର ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଗୁଣନିଧି ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଦୀପ କୁମାର ପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରୋଗ୍ରାମ୍ ପରିଚାଳକ ସୁଶ୍ରୀ ସୌମ୍ୟା ରାଣୀ ଗୌଡ଼ , ଡ଼ା.ଏମ.ଏମ. ଅଲ୍ଲୀ , ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ସମସ୍ତ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।