July 10, 2026

ଉମରକୋଟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୭୭ ତମ ବନ ମହୋତ୍ସବ ସପ୍ତାହ ଉତ୍ସବ ଅନୁଷ୍ଠିତ…….

IMG-20260709-WA0016
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ବେନରା ପଞ୍ଚାୟତ ଠାରେ ଜୟ ହିନ୍ଦ୍ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଝିପିଝିପି ବର୍ଷାକୁ ପ୍ରକୃତିର ଆଶୀର୍ବାଦ ବୋଲି ମାନି ସମସ୍ତେ ଉତ୍ସାହର ସହ ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହୋଇଥିଲେ । ୭୭ତମ ବନ ମହୋତ୍ସବ ସପ୍ତାହ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ବନ ମହୋତ୍ସବ ଏକ ପେଡ ମାଁ କି ନାମ ଉଦେଶ୍ୟ ରେ ବୃକ୍ଷ ରୋପଣ କରାଯାଇଛି। ଉମରକୋଟ ବେହେରା ନର୍ସରୀ ଠାରୁ ଚାରା ଆଣି ବେନରା ସରକାରୀ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ବିଜୁଳି ଗଛ , ସଜନାଗଛ, କଦମ୍ବ ଗଛ , ସୀତାଫଳ ଗଛ,ଅମୃତ ଭଣ୍ଡା , ଚମ୍ପା ଗଛ, କୃଷ୍ଣଚୂଡା ଗଛ, ରାଧା ଚୂଡା ଗଛ, ଇତ୍ୟାଦି ଗଛ ଲଗାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଜୟ ହିନ୍ଦ୍ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କହିଥିଲେ ଯେ, ବୃକ୍ଷ କେବଳ ପରିବେଶର ସନ୍ତୁଳନ ରକ୍ଷା କରେ ନାହିଁ, ବରଂ ମଣିଷ ସମେତ ସମସ୍ତ ଜୀବଜଗତର ଅସ୍ତିତ୍ୱ ପାଇଁ ଏହା ଅପରିହାର୍ଯ୍ୟ। ବୃକ୍ଷ ଆମକୁ ଅମ୍ଳଜାନ, ଖାଦ୍ୟ, ଔଷଧ, କାଠ, ଛାଇ ଓ ବର୍ଷା ଭଳି ଅନେକ ଅମୂଲ୍ୟ ଉପହାର ପ୍ରଦାନ କରିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ।ଜୟ ହିନ୍ଦ୍ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ସୁନିଲ କିର୍ତ୍ତନୀୟା , ରମେଶଚନ୍ଦ୍ର ରାଏ, ଯୁବରାଜ ଓକିଲ ,ରାମ କାନ୍ତ ବାଇନ ,ଖୋକନ ବିଶ୍ଵାସ, ଶୁଭମ ବିଶ୍ଵାସ, କିରଣ ବିଶ୍ଵାସ, ଅମଲ ହାଲଦାର , ନିମାଇଁ ଦାସ, ରାନା ବାବୁ , ରମେଶ ବିଶ୍ଵାସ, ସୁଶାନ୍ତ ରାଏ ଏବଂ ମହିଳା ସଦସ୍ୟା ନିରୁପମା ବୈଦ୍ୟ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।