ଉମରକୋଟ ନିକଟସ୍ଥ ସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ଜlମରୁଣ୍ଡାରେ ବନମହୋତ୍ସବ ପାଳନ………….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜlମରୁଣ୍ଡା ଠାରେ ଇକୋ କ୍ଲବ ଓ ବନ ବିଭାଗର ମିଳିତ ଆନୁକୂଲ୍ୟରେ,ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ମହା ସମାରୋହରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଘନଶ୍ୟାମ ମାଝୀଙ୍କ ତତ୍ୱାବଧାନରେ ଓ ଇକୋ କ୍ଲବର ମୁଖ୍ୟ ଡକ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ସଂଯୋଜନାରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରା ଯାଇଥିଲା, ବନପାଳ ଶ୍ରୀଆକୁଳ ବୈରାଗୀ ଓ ବନରକ୍ଷୀ , ସୁବ୍ରତ ବାବାଲି ଛାତ୍ର ଛାତ୍ରୀ ମlନକୁ ବୃକ୍ଷରୋପଣର ମହତ୍ୱ ବିଷୟରେ ବୁଝାଇଥିଲେ l ପ୍ରଥମରୁ ଯୁକ୍ତଦୁଇ ଯାଏଁ ସମସ୍ତ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟର ଶିକ୍ଷକ, ଶ୍ରୀ ହରଦୀପ ଭୁଏ, ଶ୍ରୀ ଦିଲୀପ ମହାନନ୍ଦ,ଶ୍ରୀ ବାଲୁଙ୍କେଶ୍ୱର ପ୍ରଧାନ,ଶ୍ରୀମତୀ ତନୁଜା ମିଶ୍ର, ଶ୍ରୀମତୀ ସୁସ୍ମିତା ବିଶ୍ୱାସ, ଶ୍ରୀମତୀ ଅନନ୍ଦିତl ରାୟ, ଶ୍ରୀମତୀ ସୋନାଲି ଶ୍ୱତାପଦ୍ମା ବାରିକ, ଶ୍ରୀମତୀ ପ୍ରୀତିରାଣୀ ଦାସ,ସୁଶ୍ରୀ ଶୈଳବାଳା ସାହୁ, ସୁଶ୍ରୀ ସଂଯୁକ୍ତା କାମୋଡି, ଶ୍ରୀ ପ୍ରିୟବ୍ରତ ପ୍ରଧାନ,ଶ୍ରୀ ଅଭିନ୍ନ ଦାସ, ଶ୍ରୀ ରମାକାନ୍ତ ମହାରଣା ଶ୍ରୀ ଜିତେନ୍ଦ୍ର ସେଠି,ଶ୍ରୀ ତାପସ କୁମାର ରାଉତ , ଶ୍ରୀ ଦ୍ରୁପଦ ବଢ଼େଇ,ଶ୍ରୀ ଘନଶ୍ୟାମ ସାହୁ ଓ ଶ୍ରୀମତୀ ଜାନକୀ ନାୟକ, ଉପସ୍ଥିତ ରହି ସହାୟତା କରିଥିଲେ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ସିଦ୍ଧେଶ୍ୱର ନାୟକ l
