ଚାରିଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି

IMG-20250709-WA0115
Share

ପୁରୀଜିଲ୍ଲା ପୁରୀ ସଦର ଚାରିଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ,ପରିସରରେ “ବନମହୋତ୍ସବ ସପ୍ତାହ ” ପାଳିତ ହୋଇଯାଇଅଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବନମହୋତ୍ସବର ସଚେତନତା ରାଲି ବିଦ୍ୟାଳୟରୁ ବାହାରି ଚାରିଶ୍ରୀ ଉମା ବଜାର ଛକ ଓ ଷଣ୍ଢ ବଜାର ଛକ ଆଦି ସ୍ଥାନମାନଙ୍କରେ “ବୃକ୍ଷ ହିଁ ଜୀବନ” ସମ୍ପର୍କିତ ସ୍ଲୋଗାନ ଦିଆଯାଇ ଲଗାଇଥିବା ବୃକ୍ଷର ସୁରକ୍ଷା ଓ ନୂତନ ବୃକ୍ଷ ରୋପଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା l ଏହାପରେ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ସତୀଶ ଚନ୍ଦ୍ର ବୋହିଦାରଙ୍କ ସମେତ ସହକାରୀ ଶିକ୍ଷକ ଚକ୍ରଧର ପାଣି, ପ୍ରଶାନ୍ତ କୁମାର ପରିଡା, ହିରଣ୍ୟ ସେଠି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ସୁକାନ୍ତ କୁମାର ଦାଶ ଏବଂ କ୍ରୀଡା ଶିକ୍ଷୟିତ୍ରୀ ରୋଜାଲିନ ପ୍ରଧାନଙ୍କ ସମେତ ସହକାରୀ ଶିକ୍ଷୟିତ୍ରୀ ପ୍ରିୟଙ୍କା ରାଉତ, ଚିନ୍ମୟୀ ନାୟକ, ସ୍ୱପ୍ନା ପ୍ରଧାନ, ରୋଜାଲିନ ବେହେରା, ସତ୍ୟଭାମା ମହାନ୍ତି ଓ କନିଷ୍ଠ କିରାଣୀ ନିରୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ