ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟ ପ୍ରଦାନ ନେଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ନିକଟରେ ଅଭିଯୋଗ ..

ଖୋର୍ଦ୍ଧା–(ପ୍ରିୟଙ୍କା ମହାପାତ୍ର)ବୋଲଗଡ ଇଛାପୁର ଗ୍ରାମ ର ମହମ୍ମଦ ଜାକିରଉଦ୍ଦିନ ଖାନ ଗତ ତା -5.7.2025 ରିଖ ଦିନ ତାଙ୍କ ଦଶ ବର୍ଷ ବୟସ ଝିଅ ର ଦେହ ଅସୁସ୍ଥତା କାରଣ ରୁ ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଝିଅ କୁ ସାଙ୍ଗରେ ନେଇ ଡାକ୍ତର ଙ୍କୁ ଦେଖାଇବା ପାଇଁ ଯାଇଥିଲେ l ଡାକ୍ତର ଝିଅ ର ଅଲଟ୍ରାସାଉଣ୍ଡ କରି ରିପୋର୍ଟ ଦେଖାଇବାକୁ ପରାମର୍ଶ ଦେଇଥିଲେ l ସେହି ଅନୁସାରେ ଜାକିର ଉଦ୍ଦିନ ଝିଅ ର ଅଲଟ୍ରାସାଉଣ୍ଡ ଖୋର୍ଦ୍ଧା ଚଣ୍ଡିଚୁଆ ନିକଟରେ ଥିବା ସଙ୍କଟ ମୋଚନ ଅଲଟ୍ରା ସାଉଣ୍ଡ କେନ୍ଦ୍ର ରେ କରାଇଥିଲେ l ଅଲଟ୍ରାସାଉଣ୍ଡ ରିପୋର୍ଟ ରେ ଉଲ୍ଲେଖ ଥିଲା ଯେ ଝିଅ ର କିଡ଼ନୀ ରେ ଷ୍ଟୋନ ଓ ବାମ ପଟ ଛାତି ରେ ମାଡ଼ ହୋଇ ରକ୍ତ ପିଣ୍ଡୁଳା ଜମି ରହିଛି ଏବଂ ଆପେଣ୍ଡିସାଇଟ ହୋଇଛି l ତେଣୁ ତୁରନ୍ତ ଝିଅ ର ଅପରେସନ ନକଲେ ତା ଜୀବନ ପ୍ରତି ବିପଦ ରହିଥିବା ନେଇ ସଂକୋଟ ମୋଚନ ଅଲଟ୍ରାସାଉଣ୍ଡ କେନ୍ଦ୍ର ର ପରିଚାଳକ ଜାକିର ଉଦ୍ଦିନ ଙ୍କୁ କହିଥିଲେ l ଏ କଥା ଶୁଣିବା ପରେ ସେ ଭାଙ୍ଗି ପଡିଥିଲେ l ପରେ ତାଙ୍କର ଜଣେ ବନ୍ଧୁ ଙ୍କ ପରାମର୍ଶକ୍ରମେ ସେ ଝିଅ କୁ ନେଇ ଭୁବନେଶ୍ୱର ସମ ହସ୍ପିଟାଲ ରେ ଡାକ୍ତର ଙ୍କୁ ଦେଖାଇଥିଲେ, ସେଠାରେ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ପ୍ରୋଲାଇଫ ଅଲଟ୍ରା ସାଉଣ୍ଡ କେନ୍ଦ୍ର ରେ ଝିଅ ପୁନର୍ବାର ଅଲଟ୍ରାସାଉଣ୍ଡ କରାଇବା ପରେ ରିପୋର୍ଟ ରେ ସବୁ ଠିକ ଥିବା ନେଇ ଦର୍ଶାଯାଇଥିଲା ଏବଂ ସଂକୋଟମୋଚନ ଅଲଟ୍ରାସାଉଣ୍ଡ କେନ୍ଦ୍ର ର ରିପୋର୍ଟ ସମ୍ପୂର୍ଣ ଭୁଲବୋଲି ପ୍ରମାଣିତ ହେଲା ଏବଂ ତାଙ୍କ ଝିଅ ମୃତ୍ୟୁ ମୁଖ ରୁ ବଞ୍ଚିପାରିଲାବୋଲି ସେ ନିଜର କୋହଭରା କଣ୍ଠ ରେ କହିବା ସହିତ ଏ ଘଟଣା ର ଵିଧିବଦ୍ଧ ଭାବେ ତଦନ୍ତ କରାଯାଇ ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟ ପ୍ରଦାନ କରିଥିବାରୁ ସଂକୋଟ ମୋଚନ ଅଲଟ୍ରା ସାଉଣ୍ଡ କେନ୍ଦ୍ର ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି l
