ଦେଶବ୍ୟାପୀ ଧର୍ମଘଟ ର ପ୍ରଭାବ ଗୋପ ରେ ବି ଦେଖିବାକୁ ମିଳିଛି l (ଆଶା, ଅଙ୍ଗନବାଡି, ପାଚିକା, ପ୍ରଭୁତି ସଂଗଠନ ଅଂଶଗ୍ରହଣ କରିଥିଲେ)
ପୁରୀ ଜିଲ୍ଲାର ଗୋପ ବ୍ଲକ ରେ ବୁଧୁବାର ଦିନ ବଭିର୍ନ୍ନ ଅନୁଷ୍ଠାନ ପକ୍ଷରୁ ଧର୍ମଘଟ ରେ ଶତାଧିକ ସଦସ୍ୟ/ସଦସ୍ୟା ମାନେ ଅଂଶଗ୍ରହଣ କରିଥିଲେ l ଏହା ସମଗ୍ର ଦେଶର ୨୫ କୋଟିରୁ ଅଧୂକ ଶ୍ରମିକ ଦେଶବ୍ୟାପୀ ଧର୍ମଘଟ ସାମିଲ ହୋଇଥିଲେ । ଏଥିରେ ବ୍ୟାଙ୍କ , ବୀମା କମ୍ପାନୀ , ଡାକ ସେବାଠାରୁ କୋଇଲା ଖଣି ପର୍ଯ୍ୟନ୍ତ କାମ କରୁଥିବା ଶ୍ରମିକମାନେ ସାମିଲ ହୋଇଥିଲେ । ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଞ୍ଚ ଏହାକୁ ‘ଭାରତ ବନ୍ଦ’ ନାମ ଦେଇଥିଲା । ୟୁନିଅନଗୁଡ଼ିକ କହିଛନ୍ତି ଯେ ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି। ଏହି ଧର୍ମଘଟର ପ୍ରସ୍ତୁତି ମାସ ମାସ ଧରି ଚାଲିବ ।, ଏହି ଧର୍ମଘଟରେ ୨୫ କୋଟିରୁ ଅଧୂକ ଶ୍ରମିକ ଯୋଗଦେ ଦେଇଥିଲେ । ସାରା ଦେଶରେ ଚାଷୀ ଏବଂ ଗ୍ରାମୀଣ ଶ୍ରମିକ ମଧ୍ଯ ପ୍ରତିବାଦ କରିଥିଲେ ।’
ୟୁନିଅନ ଧର୍ମଘଟ ସମୟରେ ବ୍ୟାଙ୍କି ସେବା, ଡାକ ସେବା, ବୀମା ସେବା ପ୍ରଭାବିତ ହୋଇଥିଲା । ଏହା ବ୍ୟତୀତ ସରକାରୀ ପରିବହନ ମଧ୍ୟ ପ୍ରଭାବିତ ହୋଇଥିଲା l ଗୋପ ମହାଦେବ ମନ୍ଦିର ପ୍ରାଙ୍ଗଣରୁ ଶତାଧିକ ଅଙ୍ଗନବାଡି ୱାର୍କର, ଆଶା କର୍ମୀ, ପାଚିକା ମହାସଂଘ, ର ଶତାଧିକ ସଦସ୍ୟ ସଦସ୍ୟା ବୁଧୁବାର ଦିନ ଅନୁଷ୍ଠିତ ଭାରତ ବନ୍ଦ ଆନ୍ଦୋଳନ ରେ ସାମିଲି ହୋଇଥିଲେ l ଏହାର ନେତୃତ୍ୱ ନେଉଥିଲେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଙ୍ଘ ର ସଦସ୍ୟା ଓ ଆଶାକର୍ମୀ ର ସଦସ୍ୟା ବୃନ୍ଦ l ସେମାନଙ୍କର ଆଠ ଦଫା ଦାବି ସମ୍ଭଳିତ ଏକ ମେମୋରଣ୍ଡମ ବରିଷ୍ଠ ଅଧିକାରୀ ଙ୍କୁ ବ୍ଲକ କତୃପକ୍ଷ ଙ୍କ ଜରିଆରେ ପ୍ରଦାନ କରାଗଲା l
୧. ଶ୍ରମିକ ଶ୍ରେଣୀ ବିରୋଧୀ ୪ ଶ୍ରମ ସଂହିତାକୁ ପ୍ରତ୍ୟାଖ୍ୟାନ କରନ୍ତୁ।
୨. ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା ବୃଦ୍ଧି କରାଯାଉ।
୩. ଭାରତୀୟ ଶ୍ରମ ସମ୍ମିଳନୀର ୪୫ତମ ଏବଂ ୪୬ତମ ସୁପାରିଶ ଅନୁଯାୟୀ ଅଙ୍ଗନୱାଡି, ଆଶା, MDM ରୋଷେୟା ସମେତ ସମସ୍ତ ଯୋଜନା କର୍ମୀଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ କରାଯାଉ।
୪. ସର୍ବନିମ୍ନ ମଜୁରୀ ଆଇନ ଅନୁଯାୟୀ କେନ୍ଦ୍ରୀୟ ଅନୁସୂଚିତ ନିଯୁକ୍ତି ଅଧୀନରେ ସମସ୍ତ ଯୋଜନା କାର୍ଯ୍ୟକୁ ଅଧିସୂଚିତ କରାଯାଉ।
୫. ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ରୋକାଯାଉ।
୬. ସରକାରୀ କ୍ଷେତ୍ର ଅନ୍ତର୍ଭୁକ୍ତିକରଣ କିମ୍ବା ବାଣିଜ୍ୟକୁ ଘରୋଇକରଣ ବନ୍ଦ କରାଯାଉ।
୭. ପୁରୁଣା ପେନସନ ଯୋଜନାକୁ ପୁନଃସ୍ଥାପନ କରନ୍ତୁ ଏବଂ NPS ଏବଂ UPS ପ୍ରତ୍ୟାଖ୍ୟାନ କରନ୍ତୁ।
୮. EPF ପେନସନର ସର୍ବନିମ୍ନ ହାର ପ୍ରତିମାସ ୯,୦୦୦ ଟଙ୍କା ସ୍ଥିର କରାଯାଉ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
