ଚାଷୀ ମୁଲିଆ ସଙ୍ଘ ପକ୍ଷରୁ ଗୋପ ତହସିଲଦାର ଙ୍କୁ ୫ ଦଫା ଦାବୀ ପ୍ରଦାନ ..
ପୁରୀ ଜିଲ୍ଲାର ଗୋପ ବ୍ଲକ ର ଋଷୀ ମୂଲିଆ ସଂଘ ପକ୍ଷରୁ ୫ ଦଫା ଦାବୀ ସମ୍ବିଳିତ ଏକ ସ୍ମାରକପତ୍ର ଗୋପ ତହସିଲଦାର ଙ୍କୁ ପ୍ରଦାନ l ଚାଷୀ ମୁଲିଆ ଓଡ଼ିଶା ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା ସହ ଅନୁବନ୍ଧିତ ଚାଷୀ ମୂଲିଆ ସଂଘ, ଓଡ଼ିଶା l ନିମ୍ନଲିଖିତ ଦାବୀ ଗୁଡ଼ିକ ଉପସ୍ଥାପନ କରିଛନ୍ତି ଓ ସହୃଦୟତାର ସହ ବିଚାର କରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି ।
ଦାବିଗୁଡିକ ହେଲା :-
୧) ଗୋପ ତହସିଲ ଅନ୍ତର୍ଗତ ମହାପୁର ରେଭେନ୍ୟୁ ସର୍କଲରେ ଥିବା ଉଛୁପୁର ଓ ସୁଦୁଖଣ୍ଡ ମୌଜାରେ କିଛି ଅନୁସୂଚିତ ଜାତି ଲୋକଙ୍କ ଜମି ବେଆଇନ ଭାବେ ସାଧାରଣ ବର୍ଗ ଲୋକ କବଜ୍ଜା କରି,(ଆନ୍ଧ୍ର ମାଫିଆ ଓ ସେମାନଙ୍କ ସ୍ଥାନୀୟ ସହଯୋଗୀ)ଙ୍କୁ ହସ୍ତାନ୍ତର ହୋଇଛି । ଏପରିକି କେତେଗୁଡ଼ିଏ ଜମି ପାଓ୍ବାର ଅଫ ଆଟ୍ରନି ମାଧ୍ୟମରେ ହସ୍ତାନ୍ତର ହୋଇଛି । ଏପରି ବେଆଇନ ହସ୍ତାନ୍ତର ଗୁଡ଼ିକ ଚିହ୍ନଟ କରି ଅନୁସୂଚିତ ଜାତିର ମୂଳ ଜମି ମାଲିକଙ୍କୁ ଫେରସ୍ତ କରାଯାଉ ।
୨ ) ଏହି ମୌଜାରେ ଭୂମିହୀନ ପ୍ରଜାମାନେ ଦୀର୍ଘ ବର୍ଷ ଧରି ଅନାବାଦୀ ଜମି ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ଏହି ଜମିରୁ ଆୟ ବ୍ୟତୀତ ସେମାନଙ୍କର ଆଉ କୌଣସି ରୋଜଗାରର ଉତ୍ସ ନାହିଁ । ଏହି ଜମି ଉପରେ ସେମାନଙ୍କୁ ମାଲିକାନା ସ୍ୱତ୍ୱ ପ୍ରଦାନ କରିବା ପାଇଁ ନିବେଦନ କରୁଛୁ ।
୩) ଏହି ସବୁ ମୌଜାରେ ଥିବା ମଠ ଓ ଜଗନ୍ନାଥ ମହାପୁରୁଙ୍କ ଜମିରେ ପ୍ରଜାମାନେ ପୁରୁଷ ପୁରୁଷ ଧରି ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ଏହିସବୁ ଜମି ଚାଷ କରୁଥିବା ପ୍ରଜାମାନଙ୍କ ନାମରେ ବିନା ମୂଲ୍ୟରେ ମାଲିକାନା ସ୍ୱତ୍ୱ ପ୍ରଦାନ କରିବା ପାଇଁ ନିବେଦନ କରୁଛୁ ।
୪ ) ବଣିଆ ସାହି ଓ ନାଗପୁର ସୋସାଇଟରେ ଆଜି ବି ହାଜର କ୍ରିଣ୍ଟ୍ରାଲରୁ ଅଧୂକ ଧାନ ବିକ୍ରି ହୋଇପାରି ନାହିଁ । ଟୋକେନ୍ ପାଇଥିବା ଚାଷୀଙ୍କ ଠାରୁ ତୁରନ୍ତ ସମସ୍ତ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉ ।
୫) ଗ୍ରାମସଭା ମାଧ୍ଯମରେ ଭାଗଚାଷୀ ମାନଙ୍କୁ ଚିହ୍ନଟ କରାଯାଇ ଚାଷୀ ପାଉଥିବା ସମସ୍ତ ସୁବିଧା ସେମାନଙ୍କୁ ପ୍ରଦାନ କରାଯାଉ । ବୋଲି ବୁଧୁବାର ଗୋପ ତହସିଲଦାର ଶ୍ରୀଯୁକ୍ତ ଅନିଲ କୁମର ମହାନ୍ତି ଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି l ରାଜ୍ୟ ସରକାର ଏହାର ବିଚାର କରିବେ ବୋଲି ଉକ୍ତ ସଂଗଠନ ର ସଦସ୍ୟମାନେ ଆଶାବାଦୀ l
ସମ୍ମାନର ସହ ଋଷୀ ମୂଲିଆ ସଂଘ, ଓଡ଼ିଶା ଅଲ ଇଣ୍ଡିଆ କ୍ଷେତ ମଜଦୂର କିଶାନ ସଭା ସହ ଅନୁବନ୍ଧିତ ଗୋପ ବ୍ଳକ, ଜିଲ୍ଲା ପୁରୀର ସଦସ୍ୟ ବୃନ୍ଦ ୫ ଦଫା ଦାବୀ ପ୍ରଦାନ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
