ବୃକ୍ଷ ର ସୁରକ୍ଷା ଆମର ଦାୟିତ୍ୱ ସେଥିପାଇଁ ବନମହୋତ୍ସବ ସପ୍ତାହ ପାଳିତ ) ଗୋପ ଫରେଷ୍ଟେ ଅଧିନସ୍ତ ଅନେକ ବେନାମୀ କରତକଳ ସାଙ୍ଗକୁ କାଠ ମାଫିଆ ସକ୍ରିୟ l (ବିଭାଗୀୟ ଅଧିକାରୀ ନିଷ୍କ୍ରିୟ)

ଗୋପ – ଜଙ୍ଗଲ ଓ ପ୍ରକୃତି ର ଅଵକ୍ଷୟ କ୍ରମଶଃ ବୃଦ୍ଧି ପାଉଥିବାବେଳେ ବିଭାଗୀୟ ଅଧିକାରୀ ଓ କାଠ ମାଫିଆ ଏବଂ ବେନାମୀ କରତକଳ ମାଲିକ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା l ବନ୍ୟ ବିଭାଗ ଅଧିକାରୀ ଓ ପ୍ରକୃତିପ୍ରେମୀ ଏବଂ ସ୍ଥାନୀୟ ଅଞ୍ଚଳ ର ସ୍ୱେଚ୍ଛାସେବୀ ଙ୍କୁ ସାଙ୍ଗରେ ବିଭିର୍ଣ୍ଣ ସ୍କୁଲ ଓ କଲେଜ ପରିସରରେ ବନମାହୋତ୍ସବ ପାଳୁଛନ୍ତି l ଆଉ ସେମାନଙ୍କୁ ସଚେତନତା ମଧ୍ୟ କରାଉଛନ୍ତି l କିନ୍ତୁ ଅପର ପକ୍ଷରେ କାଠ ମାଫିଆ ଓ ବେନାମୀ କରତକଳଙ୍କ ସଙ୍ଗେ ଜଙ୍ଗଲ ପଦା କରିବାରେ ବ୍ୟସ୍ତ l ଏମିତି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳୁଛି ପୁରୀ ଜିଲ୍ଲା ର ଗୋପ ଫରେଷ୍ଟ ବିଭାଗ ଅଧିନସ୍ତ ଅଞ୍ଚଳ ରେ l ଦୀର୍ଘ ମାସ ହେଵ ଗୋପ ବନ୍ୟବିଭାଗ ମୁଖ୍ୟ ଅଧିକାରୀ ଙ୍କ ପଦବୀ ଟି ଖାଲି ପଡ଼ିଥିବା ହେତୁ କାଠମାଫିଆ ଓ ବେନାମୀ କରତକଳ ମଲିକମାନେ ପୁରାପୁରୀ ସକ୍ରିୟ ହୋଇପଡିଛନ୍ତି l ଏହାଦ୍ଵାରା ଆସ୍ତେ ଆସ୍ତେ ଜଙ୍ଗଲ ଅବକ୍ଷୟ ହେବାକୁ ଲାଗିଛି l ଏହିଭଳି ଅବସ୍ଥାରେ ବନ୍ୟ ବିଭାଗ ର ପ୍ରମୁଖ ଅଧିକାରୀ ଙ୍କ ଦ୍ଵାରା ଜଙ୍ଗଲ ସୃଷ୍ଟି ପରିବର୍ତ୍ତେ ନଷ୍ଟ ହେଉଥୁବାର ଅଭିଯୋଗ ଶୁଣିବାକୁ ମିଳୁଛି l ଏଵେ ତ ଗୋପ ଫରେଷ୍ଟ ଅଧିନସ୍ତ ସମସ୍ତ ବେନାମୀ କରତକଳ ରେ ଦୈନିକ ଶତାଧିକ ଟ୍ରିପ ମୂଲ୍ୟବାନ କାଠ ଚିରାଯାଉଛି l ସେଥିମଧ୍ୟରୁ ଗୋପ ନିକଟସ୍ତ ଖଡିସ ପାଖରେ ୨ ଟା କୁସୁପୁର ୨ ଟା ସ୍ୱବର୍ଣପୁ ରେ ଗୋଟେ ଶଙ୍ଖାରିଆ ରେ ଗୋଟେ ବେଗୁନିଆ ରେ ଗୋଟେ ଗୋପ ବଜାର ଉପରେ ୨ ଟା ସିରିକେରେଣ୍ଡା ରେ ଗୋଟେ ଲେଖା କରତକଳ ସକ୍ରିୟ ଭାବେ ଦିନରାତି ଚାଲିଛି l ଆହୁରି ଅନେକ ବେନାମୀ କରତକଳ ନୂତନ ଭାବେ ସୃଷ୍ଟି ହେବାକୁ ଯାଉଛନ୍ତି କାରଣ କୌଣସି ଅସୁବିଧା ନଥିବା ହେତୁ l ଏ ସମ୍ପର୍କ ରେ ବାରମ୍ବାର ଅଭିଯୋଗ ସହିତ ବିଭିର୍ଣ୍ଣ ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ବି ବିଭାଗୀୟ ଅଧିକାରୀ ନିରବ କାହିଁକି ? ଯଦି ଅଭିଯୋଗ ପରେ ବିଭାଗୀୟ ଅଧିକାରୀ କାଠ ମାଫିଆ ଓ ବେନାମୀ କରତକଳ ମଲିକ ଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନନେବାର କାରଣ ହୋଇପାରେ ?
ଏହାଦ୍ଵାରା ଜଙ୍ଗଲ ଅବକ୍ଷୟ ହେଵା ସହିତ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେଉଛି l ସରକାର କହୁଛନ୍ତି ମା ପାଇଁ ଗଛ ଟିଏ ଓ ଗୋଟିଏ ମଣିଷ ଗୋଟିଏ ଗଛ ବୋଲି ସଭା ସମିତି ରେ ସ୍ଲୋଗାନ ଦିଆଯାଉଛି l ସେଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ ବରାଦ ହେଉଛି l କିପରି ବୃକ୍ଷ ରୋପଣ ଅଧିକ ରୁ ଅଧିକ ହେଵ l ଜଳବାୟୁ ନିୟନ୍ତ୍ରଣ ହେଵା ସହିତ ଜଙ୍ଗଲ ରେ ବନ୍ୟ ଜନ୍ତୁ ସୁରକ୍ଷିତ ରହିବେ ସେଥିପାଇଁ ଖୁବ ପ୍ରଚାର ପ୍ରସାର ହେଉଛି l କିନ୍ତୁ କିଛି ବିଭାଗୀୟ ଅଧିକାରୀ ଙ୍କ ଲୋଭଖୋର ନୀତି ଯୋଗୁଁ ଆଜି ଗୋପ, ନିମାପଡା, କୋଣାର୍କ,ନୟାହାଟ,ପ୍ରଭୁତି ଅଞ୍ଚଳରେ କାଠ ମାଫିଆ ଓ ବେନାମୀ କରତକଳ ମାଲିକମାନେ ସକ୍ରିୟ ହୋଇପଡିଛନ୍ତି l ଏହାକୁ ତୁରନ୍ତୁ ବନ୍ଦ କରିବାକୁ ଗୋପ ସୁରକ୍ଷା ମଞ୍ଚ ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଓ ବିପ୍ଲବୀ ସଂଗଠନ ର ସଭାପତି ଚନ୍ଦ୍ରକାନ୍ତ ସାହୁ ଦାବୀ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
