ଆଜି ତା୦୮/୦୭/୨୦୨୫ରିଖ ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି
ଆଜି ତା୦୮/୦୭/୨୦୨୫ରିଖ ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ସମ୍ବିଧାନ ବଂଚାଓ ସମାବେଶ କାର୍ଯ୍ୟକ୍ରମରେ ଆସନ୍ତା ୧୧/୦୭/୨୦୨୫ ଭୁବନେଶ୍ବର, ବରମୁଣ୍ଡା ପଡିଆ ରେ ଯୋଗଦାନ କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ଓଡିଶା କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଆଜିର ଖବରଦାତା ସମ୍ମିଳନୀ ରେ ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ ସମ୍ବିଧାନ ଗଠନ ଡ୍ରାଫ୍ଟ କମିଟି ରେ ପୁରୀ ର ତତ୍କାଳୀନ ସାଂସଦ (ପଙ୍କ ବାବୁ) ଲୋକନାଥ ମିଶ୍ରଙ୍କ କଥା ଆଲୋକପାତ କରି କହିଥିଲେ ପୁରୀ ଜନସାଧାରଣ ସମ୍ବିଧାନ ଗଠନରେ ବିଶେଷ ଭୁମିକା ଥିଲା ଆଜିର ଡବଲ ଇଂଜିନ ସରକାର କିପରି ସମ୍ବିଧାନ ନଷ୍ଟ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଏବଂ ରଥଯାତ୍ରା ରେ ହୋଇଥିବା ବ୍ୟାପକ ଅନିୟମିତତା ସଂପର୍କରେ କହିବା ସହିତ ଟାଟା ପାଓ୍ବାର ଖାଉଟିଙ୍କୁ ଶୋଷଣ ସଂପର୍କରେ କହିଥିଲେ । ପୁରୀ ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ର, ପିସିସି ମିଡ଼ିଆ ସେଲ୍ ସଂପାଦିକା ଝୁନାରାଣୀ ପଟ୍ଟନାୟକ, ଏଆଇସିସି ସଭ୍ୟ ସୁଜିତ ମହାପାତ୍ର, ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳ ମୁଖ୍ୟ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ବ୍ଲକ -୨ ସଭାପତି ଅମରେନ୍ଦ୍ର ପାଇକରାୟ, ରଜତ କୁମାର ସାହୁ, ପ୍ରେମଜିତ ମହାନ୍ତି, ସ୍ବାଧୀନ କୁମାର ପଣ୍ଡା, ଚେତନ ମିଶ୍ର, ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
