ଉମରକୋଟ ରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ………..

ଉମରକୋଟ:-(ଏମ୍.ଦୀନା°ଶୁ ଆତତାୟୀ) ଓଡ଼ିଶା ଡ୍ରାଇ ଭର ମହାସଂଘ ର ୭ଦଫା ଦାବି ନେଇ ରାଜ୍ୟ ବ୍ୟାପୀ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଚିକଲପଦର କାର୍ଯ୍ୟାଳୟ ଠାରେ ସମସ୍ତ ଡ୍ରାଇଭର ମହାସଂଘ ସଦସ୍ୟ ମାନେ ଷ୍ଟିଅରିଂ ଛାଡ କରି ଆନ୍ଦୋଳନ କରିଛନ୍ତି। ଡ୍ରାଇଭର ମହାସଂଘ ସମସ୍ତ ସଦସ୍ୟ ମାନେ ସକାଳୁ ଏକତ୍ରିତ ହୋଇ ନାରାବାଜି ଦେଇ ସମସ୍ତ ଦାବି ଗୁଡିକୁ ମାନିବା ପାଇଁ ଅନୁରୋଧ କରିଛନ୍ତି।ଆନ୍ଦୋଳନ ସମୟରେ ଜରୁରୀ କାଳୀନ ସେବାରେ ଡ୍ରାଇଭରମାନଙ୍କୁ ଛାଡ଼ି, ବସ୍, ଟ୍ରକ୍ ଏବଂ ଅଟୋ-ରିକ୍ସା ସମେତ ଅନ୍ୟ ସମସ୍ତେ ଆଜିଠାରୁ ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଏଥିସହିତ ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ହେବା ପରେ ଡ୍ରାଇଭରଙ୍କୁ ଭତ୍ତା,୧୦୦ କିଲୋମିଟର ଅନ୍ତରରେ ପାର୍କିଂ ଓ ଶୌଚାଳୟର ବ୍ୟବସ୍ଥା, ୧ ସେପ୍ଟେମ୍ବରକୁ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି କହିଛନ୍ତି ଏହିଭଳି ୭ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛି ଡ୍ରାଇଭର ସଂଘ ।
