October 11, 2026

ଡିଏଭି ମହାବିଦ୍ୟାଳୟରେ RPwD ଆଇନ ଉପରେ ସଚେତନତା ଓ କୁଇଜ୍ କାର୍ଯ୍ୟକ୍ରମ*

IMG-20260912-WA0119
Share

 

କୋରାପୁଟ, ୧୨.୦୯.୨୦୨୬: ଦିବ୍ୟାଙ୍ଗଜନଙ୍କ ଅଧିକାର ଓ ସୁବିଧା ସମ୍ପର୍କରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ତଥା ଏକ ସମାବେଶୀ ଓ ବାଧାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଦିବ୍ୟାଙ୍ଗଜନଙ୍କ ଅଧିକାର ଆଇନ (RPwD Act), ୨୦୧୬ ଉପରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସଚେତନତା ଓ କୁଇଜ୍ କାର୍ଯ୍ୟକ୍ରମ ଆଜି ଡିଏଭି ମହାବିଦ୍ୟାଳୟ, କୋରାପୁଟଠାରେ ଅନୁଷ୍ଠିତ ହୋଇଛି।

 

କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ଆୟୁକ୍ତା ଶ୍ରୀମତୀ ଭ୍ରତତୀ ହରିଚନ୍ଦନ, IAS ଉପସ୍ଥିତ ରହି ଦିବ୍ୟାଙ୍ଗଜନଙ୍କ ଅଧିକାର, ସମାନ ସୁଯୋଗ, ସାମାଜିକ ସମାବେଶ ଓ RPwD ଆଇନର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।

 

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। RPwD ଆଇନ, ଦିବ୍ୟାଙ୍ଗଜନଙ୍କ ଅଧିକାର ଓ କୋରାପୁଟ ସରକାରୀ ସୁବିଧା ସମ୍ପର୍କରେ ଯୁବପିଢ଼ିଙ୍କ ଜ୍ଞାନ ବୃଦ୍ଧି କରିବା ସହ ସମାଜରେ ସମାନତା ଓ ସମାବେଶୀ ଚିନ୍ତାଧାରାକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ଥିଲା।

 

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO), କୋରାପୁଟଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର

You may have missed